ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼- କଣ୍ଟାବାଞ୍ଜି ମୁଖ୍ୟରାସ୍ତାର ଗଙ୍ଗାସାଗର ଗ୍ରାମ ନିକଟରେ ଜଣେ ଯୁବକଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗଙ୍ଗାସାଗର ଗ୍ରାମର ଲୋକେ ସକାଳୁ ଶୌଚ କରିବା ପାଇଁ ଗ୍ରାମ ନିକଟସ୍ଥ ଆଟକୁ ଯାଇଥିଲେ। ସେହି ସମୟରେ ଜଣେ ଯୁବକର ମୃତଦେହ ଏକ ଗଛରେ ଝୁଲୁଥିବା ଦେଖି ଗାଁ ଲୋକଙ୍କୁ କହିଥିଲେ।

ଘଟଣା ସମ୍ପର୍କରେ ଲୋକେ ପାଟଣାଗଡ଼ ଥାନାକୁ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ପରିବାରବର୍ଗଙ୍କୁ ଏବାବଦରେ ଖବର ଦେଇଥିଲା। ପରିବାରବର୍ଗ ଘଟଣା ସ୍ଥଳରେ ପହଞ୍ଚି ମ୍ରୁତ ଦେହ ଚିହ୍ନଟ କରିବା ପରେ ମୃତଦେହକୁ ଓହ୍ଲାଇ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା। ଉଦ୍ଧାର ହୋଇଥିବା ଝୁଲନ୍ତା ମୃତଦେହଟି ପୁଇଁତଳା ଥାନା ଅନ୍ତର୍ଗତ ଆଠ ଗାଁ ର ସୁଜିତ ବିଭାର (୩୦) ବୋଲି ଜଣା ପଜିଥିଲା। ଶବ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରା ଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ପାଟଣାଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe