ରାସ୍ତକଡ଼ରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Advertisment
ରାସ୍ତକଡ଼ରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଝୁପଡ଼ିପଡ଼ା ରାସ୍ତାରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଭବାନୀପାଟଣା ଅଞ୍ଚଳର ଜଗନ୍ନାଥ ଗହୀର।

ଜଗନ୍ନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଝୁପଡ଼ିପଡ଼ା ତାଙ୍କ ସମ୍ପର୍କୀୟ ଘରକୁ ଆସିଥିଲେ। ରକ୍ତାକ୍ତ ଅବସ୍ଥାରେ ଝୁପଡ଼ିପଡ଼ାର ତାଙ୍କ ସମ୍ପର୍କୀୟ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଜଗନ୍ନାଥଙ୍କ ମୃତ କେମିତି ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି। କଣ୍ଟାବାଞ୍ଜି ପୁଲିସ ଡାକ୍ତରଖାନା ପହଞ୍ଚି ଶଵ ଜବତ କରି ଅଧିକ ତଦନ୍ତ ଆରମ୍ଭ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe