ମାଛ ଧରିବାକୁଯାଇ ଜଣେ ଭାସିଗଲେ, ମୃତଦେହ ଉଦ୍ଧାର

Advertisment
ମାଛ ଧରିବାକୁଯାଇ ଜଣେ ଭାସିଗଲେ, ମୃତଦେହ ଉଦ୍ଧାର

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କୋରଣା ପଞ୍ଚାୟତର ପବିତ୍ର ବିଶ୍ଵାଳ(୫୫) ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ କେଳୁଣୀ ମୁହାଣ ସଲଗ୍ନ ନଈକୁ ମାଛ ଧରିବାକୁ ଯାଇ ପାଣିରେ ଭାସିଯିବା ପରେ ଆଜି ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ବାତ୍ୟା ପୂର୍ବରୁ ମୁଣ୍ଡ ନେଲା ମୁହାଣ ବୋଲି ଚାରିଆଡେ ଚର୍ଚ୍ଚା ହେଉଛି।

ସୂଚନା ମୁତାବକ ପବିତ୍ର ଅନ୍ୟ ଦୁଇଜଣଙ୍କ ସହ ଗତକାଲି ରାତିରେ କାଡୁଆ-ପ୍ରାଚୀନଦୀ ସଂଲଗ୍ନ କେଳୁଣୀ ମୁହାଣ ନିକଟକୁ ମାଛ ଧରିବାକୁ ଯାଇଥିଲେ।  ସେମାନେ ଗୋଟିଏ ପଟେ ଯାଉଥିବା ବେଳେ ଜୁଆର ଯୋଗୁ ନଈରେ ହଠାତ୍ ଅଧିକ ପାଣି ଆସିଯିବାରୁ ସେହିବାଟ ଦେଇ ବାଟ ଦେଇ ଯିବାକୁ କେହି ଆଗ୍ରହ ପ୍ରକାଶ କରିନଥିଲେ। ଅନ୍ୟ ୨ ଜଣ ଗୋଟିଏ ବାଟରେ ଯିବା ପବିତ୍ର କିନ୍ତୁ ତାଙ୍କ ସହ ନଯାଇ ପୂର୍ବ ବାଟରେ ଯିବାକୁ ପସନ୍ଦ କରିଥିଲେ। ଦୁର୍ଭାଗ୍ୟ ଏମିତି ଯେ ସବୁଦିନିଆ ନଈରେ ସତେଯେପରି ଜମ ଜଗିବସିଥିଲା। ପବିତ୍ର ପାଣି ସୁଅରେ ପଡିଯିବା ସମେତ ହାତରେ ଧରୁଥିବା ଜାଲ ମିଶା ହୋଇ ବୁଡିଯାଇଥିଲେ। ଅନ୍ୟ ୨ ଜଣ ମୁହାଣ ନିକଟରେ ପହଞ୍ଚି ମାଛ ଧରିବା ଓ ତାଙ୍କ ନିକଟରେ ପବିତ୍ର ନପହଞ୍ଚିବାରୁ ସନ୍ଦେହ ବଢିଥିଲା।

publive-image

ରାତି ସାରା ଖୋଜାଖୋଜି କରି ସେମାନେ ପବିତ୍ରକୁ ପାଇପାରି ନ ଥିଲେ। ଆଜି ସକାଳୁ ଅଗ୍ନିଶମର ଓଡ୍ରାଫ୍ ଟିମ୍ ଚାରିଆଡେ ବହୁ ଖୋଜାବାରୁ ମୃତଦେହ ଉଦ୍ଧାର ହୋଇଥିଲା | ପବିତ୍ର ପାଣିରେ ଭାସିଯିବା ଓ ଜାଲରେ ଛନ୍ଦି ହୋଇ ବୁଡିଯିବା ପରେ ମୃତ୍ୟୁବରଣ କରିବା କୁହାଯାଇଛି। ଘଟଣାସ୍ଥଳରେ ଅସ୍ତରଙ୍ଗ ପୁଲିସ୍ ପହଞ୍ଚି ଶବକୁ ଜବତ କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ କାର୍ଯ୍ୟରତ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ପବିତ୍ର ଜଣେ ରାଜନୈତିକ କର୍ମୀ ହୋଇଥିବାରୁ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତ୍ତନ ବିଧାୟକ ସୁରେନ୍ଦ୍ର ସେଠୀ, ଅସ୍ତରଙ୍ଗ ପଞ୍ଚାୟତ ପୂର୍ବତ୍ତନ ସମିତିସଭ୍ୟ ତଥା ମିଳିତମେଣ୍ଟ ଆବାହକ ଦିବାକର ଛାଟୋଇ, ବହୁ ପୁରୁଖା କର୍ମୀ ଓ ନେତୃବୃନ୍ଦ ଦୁଃଖଦ ସମୟରେ ପହଞ୍ଚି ପବିତ୍ରର ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିବା ସମେତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe