ଜଙ୍ଗଲରୁ ମୃତଦେହ ଉଦ୍ଧାର, ବାର୍‌ହା ଫାଶରେ ଲାଗି ମୃତ୍ୟୁ ଅଭିଯୋଗ

Advertisment
ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ବାଦୀ ପଞ୍ଚାୟତ ପଦ୍ମପୁର ଗ୍ରାମ ନିକଟସ୍ଥ ବୁଦ୍ଧିଆ ଜଙ୍ଗଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପଦ୍ମପୁର ଗ୍ରାମର ଜଗନ୍ନାଥ ପଟେଲ (୬୫)। ଗତ ମଙ୍ଗଳବାର ବୃଦ୍ଧଙ୍କ ନିଖୋଜ ନେଇ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ସକାଳୁ ନିଜ ଚାଷ ଜମିକୁ ଯାଇ ସେ ଆଉ ଘରକୁ ଫେରିନଥିଲେ। ବୁଧବାର ପରିବାର ସଦସ୍ୟ ଓ ଗ୍ରାମବାସୀ ମିଶି ଜଙ୍ଗଲରେ ଖୋଜାଖୋଜି କଲା ପରେ ମୃତଦେହ ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିଛି।

ପାରିପାର୍ଶ୍ଵକ ସ୍ଥିତି ଓ ପରିବାରର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ବୁଦ୍ଧିଆ ବାର୍‌ହା ଶିକାର ପାଇଁ ଥିବା ବିଜୁଳି ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। କେହି ଦୁର୍ବୃତ୍ତ ମୃତ ଶରୀରକୁ ନେଇ ଜଙ୍ଗଲରେ ଫିଙ୍ଗି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ତଦନ୍ତ କରିଛନ୍ତି। ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନା, ଆଇଆଇସି କୈଳାସ ସେଠୀ ୪୨୯/୨୧ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe