ଅଜଣା ବ୍ୟକ୍ତିର ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଦିନରେ ଯୁବତୀକୁ ହତ୍ୟା କରିବା ପରେ ରାତିରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

brothersofthebook.com

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଚିଟକାମାଲ ଗ୍ରାମ ନିକଟରେ ଥିବା ଜଙ୍ଗଲ ଭିତରୁ ଏକ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର ହୋଇଛି। ପୁଲିସର ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚିଟକାମାଲ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଯାଇଥିଲା। ଜଙ୍ଗଲ ଭିତରୁ ଝୁଲନ୍ତା ଅବସ୍ଥାରେ ଥିବା ଏକ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା।

ତେବେ ମୃତଦେହଟି ଏକ ଅଜଣା ବ୍ୟକ୍ତିର ଓ ତାର ବୟସ ପାଖାପାଖି ୫୫ ବର୍ଷ ହେବ ବୋଲି ପୁଲିସ ଅନୁମାନ କରୁଥିବା ଜଣାପଡିଛି। ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ ଓ ହସପିଟାଲର ପଠାଯାଇଥିବା ଜଣାପଡିଛି। ଏହାକୁ ନେଇ ଲରମ୍ଭା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଜଣାପଡିଛି। ଏ ସମ୍ପର୍କରେ ଲରମ୍ଭା ଥାନାଧିକାରୀ ରାଜେନ୍ଦ୍ର ବେହେରାଙ୍କୁ ପଚରାଯିବାରୁ ସେ, ଏହା ଏକ ଅଜଣା ବ୍ୟକ୍ତିର ମୃତଦେହ। ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହି ବ୍ୟକ୍ତିର ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି। ଅନ୍ୟପଟରେ ଲରମ୍ଭା ଥାନାରେ ଏପରି କୌଣସି ନିଖୋଜ ମାମଲା ଦାୟର ହୋଇ ନ ଥିବା  ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe