ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ!

Advertisment
ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଅଧୀନ ବଘାଡ ଗ୍ରାମ ନିକଟ ଆମ୍ବ ଗଛରେ ଏକ ପ୍ରେମୀ ଯୁଗଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ମନମୁଣ୍ଡା ପୁଲିସ।

ସୂଚନା ଅନୁସାରେ ଗୁରୁବାର ସକାଳ ୮ଘଣ୍ଟା ସମୟରେ ଏକ ଆମ୍ବ ଗଛରେ ପ୍ରେମୀ ଯୁଗଳଙ୍କ ମୃତଦେହ ଝୁଲୁଥିବା ଗ୍ରାମର କେତେକ ଲୋକ ଦେଖି ମନମୁଣ୍ଡା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ଉକ୍ତ ପ୍ରେମୀ ଯୁଗଳ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବିଜାପଦର ଗାଁର ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଆଜକୁ ପ୍ରାୟ ୮ଦିନ ହେବ ଏହି ପ୍ରେମୀଯୁଗଳଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ପ୍ରେମୀଯୁଗଳଙ୍କୁ କେହି ହତ୍ୟା କରି ଉକ୍ତ ଆମ୍ବଗଛରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିବା ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe