ବେକରେ ପଥର ବନ୍ଧା ଅବସ୍ଥାରେ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

Advertisment
ବେକରେ ପଥର ବନ୍ଧା ଅବସ୍ଥାରେ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ନୁଆଗୁଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି ପୁଲିସ। ଗୁରୁବାର ନୂଆଗୁଡା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଏକ ଶବ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖି କୋଡ଼ିଙ୍ଗା ପୁଲିସକୁ ଖବର ଦେଇଥିଲେ। କୋଡ଼ିଙ୍ଗା ପୁଲିସ ଓ କୋଷାଗୁମୁଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ। ପୁଲିସ ଶବ ଉଦ୍ଧାର ବେଳେ ଯୁବକଙ୍କ ବେକରେ ଗୋଟେ ବଡ ପଥର ଗାମୁଛା ଦ୍ୱାରା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ପଥର ବନ୍ଧା ଯାଇଥିବା ଦେଖି ପୁଲିସ ଘଟଣାକୁ ଗୁରୁତର ସହ ନେବା ସହ ସାଇଣ୍ଟିପିକ୍ ଟିମ୍ ସହ ପାପଡ଼ାହାଣ୍ଡି ଏସ୍ ଡି ପିଓ ଆଦିତ୍ୟ ସେନ୍‌, କୋଡ଼ିଙ୍ଗା ଥାନା ଅଧିକାରୀ ଯୁଗଳ ଶବର ତଦନ୍ତ କରିଛନ୍ତି। ମୃତ ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କଂଗ୍ରା ପଞ୍ଚାୟତ କନ୍ଧଗୁଡ଼ା ଗ୍ରାମର ରମେଶ କୁମ୍ଭାର (୪୫)ଙ୍କ ବୋଲି ଜଣାପଡିଛି। ସେ କିଛି ଦିନ ତଳେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ସିଙ୍ଗିଗୁଡା ନିଜ ଶ୍ଵଶୁର ଘରକୁ ଆସିଥିବା ବେଳେ ଗତ ମଙ୍ଗଳବାର ଦିନ ଠାରୁ ନିଖୋଜ ଥିବା ବେଳେ ଆଜି ତାଙ୍କ ଶବ ପୋଖରୀରୁ ଉଦ୍ଧାର ହୋଇଥିବା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ଏନେଇ ମୃତ ବ୍ୟକ୍ତିଙ୍କ ଭାଇ ଗଣପତି କୁମ୍ଭାର କୋଡ଼ିଙ୍ଗା ଥାନାରେ ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ନେଇ ଏତେଲା ଦେଇଥିବା ଜଣାପଡ଼ିଛି। କୋଡ଼ିଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଯୁଗଳ ଶବର ସୂଚନା ଦେଇଛନ୍ତି। ଶବକୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe