ରାଜରାସ୍ତାରୁ ଯୁବକଙ୍କ ତଣ୍ଟି କଟା ମୃତଦେହ ଉଦ୍ଧାର

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ନିମାପଡା: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନ ରେଞ୍ଚ-ପୁରୁଷଣ୍ଢ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତାର ଖରିଜାସାହି ମୁଣ୍ଡରେ ମଙ୍ଗଳବାର ସନ୍ଧ୍ୟାରେ ତଣ୍ଟି କଟାଯାଇଥିବା ଜଣେ ଯୁବକଙ୍କ ରକ୍ତାତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ନିମାପଡ଼ା ଥାନା ଅଧୀନ ରେଞ୍ଚ-ପୁରୁଷଣ୍ଢ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତାର ଖରିଜାସାହି ମୁଣ୍ଡରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକକୁ ଅତି ବୀଭତ୍ସ ଭାବେ ତଣ୍ଟି କାଟି ହତ୍ୟା କରାଯାଇଛି। ସଂପୃକ୍ତ ଯୁବକଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ମୃତଦେହ ନିକଟରେ ଏକ ବାଇକ୍ (ଓଡି୦୨ଜି-୫୪୬୦) ପଡ଼ିଛି। ବାଇକ ପଛରେ ଦୁଇଟି ଜରି ବ୍ୟାଗ ରହିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe