ପ୍ରେମୀଯୁଗଳଙ୍କ ମୃତହେଦ ଗଛଡାଳରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ପ୍ରେମିକା ଘର ସମ୍ମୁଖରେ ପ୍ରେମିକଙ୍କ ସନ୍ଦେହଜନକ ମୃତ୍ୟୁ

amritvichar.com

ଚିତ୍ରଡା: ଜଙ୍ଗଲରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ। ଏହା ଆତ୍ମହତ୍ୟା କି ହତ୍ୟା ତାହା ଜଣା ପଡିନଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ମୟୂରଭଞ୍ଜଜିଲ୍ଲା ମୋରଡା ତହସିଲ ତଥା ମୋରଡା ଥାନା ଚିତ୍ରଡା ଫାଣ୍ଡି ଅଧିନ ଜୁଆଳିଭଙ୍ଗା ପଞ୍ଚାୟତର ମାକୁନ୍ଦ ଜଙ୍ଗଲରେ ଗୋଟିଏ ଗଛର ଡାଳରେ ଏକ ଦଉଡିରେ ଯୁବକ-ଯୁବତୀଙ୍କ ଶବ ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣକ ଯତୀନ ମହାନ୍ତଙ୍କ ପୁଅ ରାଜେଶ ମହାନ୍ତ ଏବଂ ଯୁବତୀ ଜଣକ ବଡ଼ଜୋଡ ଅଞ୍ଚଳର ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। କିନ୍ତୁ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ତେବେ ଯୁବକ-ଯୁବତୀ ଦୁହେଁ ପ୍ରେମୀ ଯୁଗଳ ଏବଂ ପରିବାର ଲୋକେ ଉଭୟଙ୍କ ପ୍ରେମକୁ ସ୍ୱୀକାର ନକରିବାରୁ ବାଧ୍ୟ ହୋଇ ଆତ୍ମହତ୍ୟା କରିଥିବା ଲୋକେ ଅଲୋଚନା କରୁଛନ୍ତି। କିନ୍ତୁ ପୁଲିସ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ହୋଇ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe