ବନ୍ଧୁ ଘରୁ ଫେରିବା ବେଳେ ନାଳପାଣିରେ ଭାସିଗଲେ ଯୁବକ, ୨ ଦିନ ପରେ ବୁଦାମୂଳରୁ ମୃତଦେହ ଉଦ୍ଧାର

Advertisment
ବନ୍ଧୁ ଘରୁ ଫେରିବା ବେଳେ ନାଳପାଣିରେ ଭାସିଗଲେ ଯୁବକ, ୨ ଦିନ ପରେ ବୁଦାମୂଳରୁ ମୃତଦେହ ଉଦ୍ଧାର

ପୁରୁଣାକଟକ: ବୌଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଲକ୍ଷ୍ମୀନାଳ ପାଣିରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ସାଲକଟା ଗ୍ରାମର ପ୍ରମୋଦ ଭୋକ୍ତା(୪୬)।

ପ୍ରାପ୍ତ ସୂଚନା ମତେ ପୁରୁଣାକଟକ ଥାନା ଶାଲକଟା ଗ୍ରାମର ପ୍ରମୋଦ ଭୋକ୍ତା କୌଣସି କାମରେ ନିଜ ବନ୍ଧୁଙ୍କ ଘରକୁ ଗତ ରବିବାର ଦିନ ଯାଇଥିଲେ। ସେଠାରୁ ଫେରିବା ସମୟରେ ବାଟରେ ଲଷ୍ମୀନାଳ ପାର ହେବାକୁ ପଡିଥାଏ। ତେବେ ପ୍ରମୋଦ ନାଳ ପାର ହେଇଥିବା ସମୟରେ ହଠାତ ଲକ୍ଷ୍ମୀନାଳରେ ବର୍ଷା ପାଣି ଆସିଥିଲା, ଯାହାଫଳରେ ସେ ଭାସି ଯାଇଥିଲେ।

ତେବେ ପ୍ରମୋଦ ଘରକୁ ଫେରି ନ ଥିବା ବେଳେ ଗତକାଲି ଠାରୁ ପରିବାର ଲୋକେ ସବୁ ଆଡେ ଖୋଜା ଖୋଜି କରିଥିଲେ। ଆଜି ସକାଳୁ କଳାଖଣ୍ଡି ଗ୍ରାମର କିଛି ସ୍ଥାନୀୟ ଲୋକେ ନାଳକୁ ଶୌଚ ପାଇଁ ଯାଇଥିବା ସମୟରେ ନାଳର ଏକ ବୁଦାରେ ଏକ ଅଚିହ୍ନା ଲୋକର ମୃତଦେଖ ଦେଖି ପୁରୁଣା କଟକପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଦ୍ୱାରା ଶବ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe