ନଦୀରେ ମାଛ ଧରୁଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଇଥିଲା କୁମ୍ଭୀର, ଠାବ ହେଲା ମୃତଦେହ

ନଦୀରେ ମାଛ ଧରୁଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଇଥିଲା କୁମ୍ଭୀର, ଠାବ ହେଲା ମୃତଦେହ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କେୟାରବାଙ୍କ ଗ୍ରାମର ନାଗମଣି ମଳିକଙ୍କ ମୃତଦେହ ଆଜି ଗୋବରୀ ନଦୀରୁ ସ୍ଥାନୀୟ ଲୋକେ ଠାବ କରିଛନ୍ତି। ଗତକାଲି ନାଗମଣିଙ୍କୁ କୁମ୍ଭୀର ଟାଣି ନେଇଥିଲା। ନାଗମଣିଙ୍କ ବାମ ହାତ କାନ୍ଧ ପାଖରୁ କୁମ୍ଭୀର ଖାଇ ଦେଇଥିବା ବେଳେ ଡାହାଣ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳୁଛି।

ସୂଚନା ଅନୁସାରେ କେୟାରବାଙ୍କ ଗ୍ରାମର ନାଗମଣି ମଳିକ(୬୫), ଟହଲା ମଳିକ ଓ ଦସୁଆ ମଳିକ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ସ୍ଥାନୀୟ ଗୋବରୀ ନଦୀକୁ ମାଛ ଧରିବାକୁ ଯାଇଥିଲେ। ଟହଲା ଓ ଦସୁଆଙ୍କ ଠାରୁ ଅଳ୍ପ କିଛି ଦୂରରେ ନାଗମଣି ଜାଲ ପକାଉଥିଲେ। ଟହଲାଙ୍କ କହିବା କଥା ଯେ ହଠାତ ନାଗମଣି ଚିତ୍କାର କରିବା ପରେ ସେ ଓ ଦସୁଆ ତାଙ୍କ ନିକଟକୁ ଗଲାବେଳକୁ ତାଙ୍କୁ ଆଉ ପାଇ ନଥିବା ବେଳେ କେବଳ ଗାମୁଛାଟି ପଡିଥିଲା।

କଥାଟି ପ୍ରଚାରିତ ହେବା ପରେ ନଦୀକୂଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। କେତେକ ମାଛଧରାଳି ଡ଼ଙ୍ଗା ସାହାଯ୍ୟରେ ଖୋଜାଖୋଜି କରୁଥିବା ବେଳେ କୁମ୍ଭୀରଟି ଭାସୁଥିବା ବେଳେ ଲୋକଟି ଭାସୁଥିବା ସେମାନେ ଦେଖିଛନ୍ତି ବୋଲି କହିଛନ୍ତି। ତେଣୁ କୁମ୍ଭୀରଟି ନାଗମଣିକୁ ଟାଣି ନେଇଛି ବୋଲି ସନ୍ଦେହ ହୋଇଥିଲା। ଗତକାଲି ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ଆଜି ସ୍ଥାନୀୟ ଲୋକେ ନାଗମଣିଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe