୫ ବର୍ଷ ପରେ ମାଟିତଳୁ କଢ଼ାଗଲା ଶବ, ପରୀକ୍ଷା ପାଇଁ ଗଲା ହାଡ଼ ଖପୁରୀ

୫ ବର୍ଷ ପରେ ମାଟିତଳୁ କଢ଼ାଗଲା ଶବ, ପରୀକ୍ଷା ପାଇଁ ଗଲା ହାଡ଼ ଖପୁରୀ

ଧାମରା/ଚାନ୍ଦବାଲି : ହାଇକୋର୍ଟଙ୍କ ନି‌େର୍ଦ୍ଦଶକ୍ରମେ ମୃତ୍ୟୁର ୫ ବର୍ଷ ପରେ ଜଣେ ମହିଳାଙ୍କ ଶବକୁ ମାଟିତଳୁ କଢ଼ାଯାଇଛି। ହାଡ଼ ଓ ଖପୁରୀକୁ ଫରେନସିକ୍‌ କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯାଇଛି। ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ନରସିଂହପ୍ରସାଦ ଗ୍ରାମର ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ମୃତ ମହିଳା ‌େହଲେ, ବୃନ୍ଦାବନ ମହାନ୍ତିିଙ୍କ ପତ୍ନୀ ଶକୁନ୍ତଳା। ଶକୁନ୍ତଳାଙ୍କର ୨୦୧୪ ମସିହାରେ ମୃତ୍ୟୁ ହୋଇଥିଲା। ମାତ୍ର ସେହି ସମୟରେ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ତାଙ୍କର ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ସ୍ବାମୀ ବୃନ୍ଦାବନ ୨୦୧୬ ମସିହାରେ ଉଚ୍ଚ ନ୍ୟାୟାଳୟରେ ୧୪୮୩/୨୦୧୬ରେ ଏକ କେଶ ରୁଜୁ କରିବା ସହ ତାଙ୍କ ସ୍ତ୍ରୀର ଶବକୁ ଫରେନସିକ ପରୀକ୍ଷା କରାଯିବା ପାଇଁ ଆବେଦନ କରିଥିଲେ। ପୁନଶ୍ଚ ଏହି ଘଟଣାକୁ ନେଇ ୨୦୧୮ ମସିହାରେ ବା˚ଶଡା ଥାନାରେ ୧୭୧ ନ˚ରେ ଏକ ଏତଲା ଦାଏର କରିଥିଲେ। ଅଭିଯୋଗରେ ତାଙ୍କର ବୋହୂ ବନଶ୍ରୀ ମହାନ୍ତିି ଶାଶୂ ଶକୁନ୍ତଳାଙ୍କୁ ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଉଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନକୁ ବିଚାରକୁ ନେଇ ଶକୁନ୍ତଳାର ଶବକୁ ଖୋଳିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶରେ ଆଜି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୋତା ହୋଇଥିବା ଶବକୁ ଖୋଳା ଯାଇ ଶବର ବିଭିନ୍ନ ଅସ୍ଥି କଙ୍କାଳ ଉଦ୍ଧାର କରାଯାଇଥିଲା। ସେ ସବୁକୁ ଜବତ କରାଯାଇ ଭୁବନେଶ୍ବର ଫରେନସିକ ପରୀକ୍ଷା ପାଇଁ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe