ଡଷ୍ଟବିନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

Advertisment
ସର୍ପାଘାତରେ ନାବାଳିକା ମୃତ

କୋମନା:ନୂଆପଡ଼ା ଜିଲ୍ଲା କୋମନା ଥାନା ଭେଲା ପଞ୍ଚାୟତ ଅଧୀନ ସାଲେପଡ଼ା ଗାଁର ଏକ ଡଷ୍ଟବିନରୁ ପୁଲିସ୍ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର କାରଣ ଏଯାଏ ଜଣାପଡ଼ି ନଥିବା ବେଳେ ପୁଲିସ୍ ତଦନ୍ତ ଜାରି ରଖିଛି।

ପୁଲିସ୍ ସୂଚନାମତେ, ସାଲେପଡ଼ା ଗାଁର କ୍ଷୀରଧର ଶବର (୩୫ବର୍ଷ)ଙ୍କ ମୃତଦେହ ଗାଁର ଏକ ଡଷ୍ଟବିନରେ ପଡ଼ିଥିଲା। ଏନେଇ ଖବରପାଇ କୋମନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି କୋମନା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ କ୍ଷୀରଧରଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନଥିବାରୁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଏନେଇ ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୋମନା ଥାନା ଆଇଆଇସି ଜ୍ୟୋତିରଞ୍ଜନ ଗଉଡ଼ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe