ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Advertisment
ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ସୁଭଦ୍ରାପୁର ଗାଁ ନିକଟ ଏକ ନାଳରୁ ଆଜି ଅପରାହ୍ଣରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଆରୁହା ପଞ୍ଚାୟତ କୋହ୍ଲା ଗ୍ରାମର ମକରଧ୍ବଜ ସାହାଣି(୬୧)। ଗତକାଲି ସକାଳେ ସେ ଆରୁହା ଛକରେ ଥିବା ଇଟା କାରଖାନାକୁ କାମ କରିବାକୁ ଯାଇଥିଲେ। ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଇଟା କାରଖାନାରେ ଥିଲେ। ସେଠାରେ ତାଙ୍କ ସାଇକଲ ଓ ଖାଦ୍ୟପାତ୍ର ରହିଛି। ରାତିରେ ସେ ଘରକୁ ଫେରିନଥିଲେ।

ପରିବାର ଲୋକେ ପଚାରିବାରୁ ସେ କେଉଁଆେଡ଼ ଚାଲିଯାଇଥିବା କାରଖାନା କର୍ମଚାରୀ କହିଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଇଥିଲେ ହେଁ, ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ସୁଭଦ୍ରାପୁର ଗାଁ ନିକଟ ନାଳରେ ଆଜି ତାଙ୍କ ମୃତଦେହ ଭାସୁଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। କେଉଁ ପରିସ୍ଥିତିରେ ମକରଙ୍କର କାରଖାନା ଠାରୁ ୪କିମି ଦୂରକୁ ଆସି ପାଣିରେ ବୁଡ଼ି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ନଂ.୨୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe