ଚମ୍ପାବନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପାରିବାରିକ କଳହରୁ ଆତ୍ମହତ୍ୟା

Advertisment
ଚମ୍ପାବନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପାରିବାରିକ କଳହରୁ ଆତ୍ମହତ୍ୟା

ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ସଦର ମହାକୁମା ନିକଟସ୍ଥ ଚମ୍ପାବନରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପାପଡ଼ାହାଣ୍ଡି ଗ୍ରାମ ଦଶରଥ ଜାନୀଙ୍କ ପୁଅ ଶିବ ଜାନୀ (୨୧) ଚମ୍ପାବନରୁ ଜଳନ୍ତା ମୃତଦେହ ଉଦ୍ଧାର ହୋଇଛି।

ସୂଚନା ଅନୁଯାୟୀ, ଗତ ତିନି ମାସ ଧରି ଯୁବକ ଜଣଙ୍କ ଉମରକୋଟରେ ତାଙ୍କ ସ୍ତ୍ରୀ ଏବଂ ଛୁଆ ସହ ରହିଆସୁଥିଲେ। ଗତକାଲି ସେ ପାପଡ଼ାହାଣ୍ଡିକୁ ଆସିଥିଲେ। ଘରୋଇ କଳହ ନେଇ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ପାଖରେ ଥିବା ଚମ୍ପାବନରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସକାଳ ପ୍ରାୟ ୭ଟା ସମୟରେ କିଛି ଯୁବକ ଶୌଚ କରିବାକୁ ଯାଇଥିବା ସମୟରେ ଝୁଲନ୍ତା ଅବସ୍ଥାରେ ଶିବ ଜାନୀଙ୍କୁ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଖବର ପାଇ ଶିବଙ୍କ ବାପା ପାପଡ଼ାହାଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପାପଡ଼ାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଉଦ୍ଧାର କରି ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ପଠାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶୁଭେନ୍ଦୁ ଶବର। ସବଇନ୍ସପେକ୍ଟର ପୂର୍ଣ୍ଣିମା ଟେଟେ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe