ରାଇଘର: ତିନି ଦିନ ଧରି ନିରୁଦ୍ଧିଷ୍ଟ ଥିବା ଜଣେ ବୃଦ୍ଧଙ୍କ ମର ଶରୀର ଗୁରୁବାର ଏକ ନାଳରୁ ଉଦ୍ଧାର କରାଯାଇଛି। ବୃଦ୍ଧ ଜଣକ ରାଇଘର ବ୍ଲକ ଅନ୍ତର୍ଗତ ଯୋଡଜଙ୍ଗା (ଆଦିବାସୀ) ଗ୍ରାମର ଚମଡ଼ା ଗଣ୍ଡ (୬୪) ବୋଲି ଜଣା ପଡ଼ିଥିବା ବେଳେ ତୁରୁଡ଼ିହି (ଆଦିବାସୀ)ର ଗଂଝରା ନିକଟସ୍ଥ ନାଳରେ ତାଙ୍କ ମର ଶରୀର ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି।
ଖବର ପାଇ କୁନ୍ଦେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।
ମାନସିକ ସ୍ଥିତି ଠିକ୍ ନଥିଲା
ପ୍ରକାଶ ଥାଉକି ଚମଡ଼ା ଗଣ୍ଡ ଙ୍କ କିଛି ବର୍ଷ ହେବ ମାନସିକ ସ୍ଥିତି ଠିକ ରହୁ ନଥିବା ସହ ସେ ଘରେ ନ ରହି ବୁଲାବୁଲି କରି ଭିକ ମାଗି ଖାଉଥିଲେ। ଗତ ତିନି ଦିନ ପୂର୍ବେ ସେ ଘରୁ ବାହାରି ଆଉ ଫେରି ନଥିଲେ । ନାଳରେ ତାଙ୍କର ମୃତଦେହ କିଛି ଲୋକ ଦେଖି ପରିବାରକୁ ଖବର ଦେଇଥିଲେ।
ଅଧିକ ପଢ଼ନ୍ତୁ:Consequences of coastal erosion and human activities: ସମୁଦ୍ର ଆଁରେ ଉପକୂଳ ଓଡ଼ିଶା, କମୁଛି କଙ୍କଡ଼ା ସଂଖ୍ୟା
ଦେବେନ୍ଦ୍ର ମିଶ୍ର