ସୁନ୍ଦର ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

କୋମନା: ନୂଆପଡ଼ା ଜିଲ୍ଲା କୋମନା ନିକଟ ସୁନ୍ଦର ନଦୀରୁ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ କୋମନା ଗାଁ ମଥୁରା ଛକ ପାଖରେ ରହୁଥିବା ହାଡୁ ମିର୍ଦ୍ଧା (୪୫ ବର୍ଷ) ବୋଲି ଚିହ୍ନଟ କରାଯାଇଛି।

କୋମନା ଥାନା ଆଇଆଇସି ସୁମନ୍ତ ନାୟକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର କୋମନା ଗାଁ ନିକସ୍ଥ ସୁନ୍ଦର ନଦୀରେ ଏକ ମୃତଦେହ ଭାସୁଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଥିଲେ। ପରିବାର ଲୋକ ଆସି ଶବ ଚିହ୍ନଟ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ କୋମନା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe