ରାସ୍ତାକଡ଼ ପାଣି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଧନକଉଡ଼ା: ଧନକଉଡ଼ା ବ୍ଲକ ବୁର୍ଲା ଥାନା ଅନ୍ତର୍ଗତ ଏଗ୍ରିକଲଚର କଲୋନିର କର୍ଣ୍ଣ ଭୁଏ ଓରଫ ଟିନୁ (୪୧) ଙ୍କ ମୃତଦେହ ଉକ୍ତ ଫାର୍ମରେ ଜମି ରହିଥିବା ପାଣିଭିତରୁ ପରିବାର ଲୋକଙ୍କ ଉପସ୍ଥିତିରେ ପୁଲିସ ଉଦ୍ଧାର କରିଛି। ସୂଚନା ଅନୁସାରେ, କର୍ଣ୍ଣ ସନ୍ଧ୍ୟା ୬ଟା ସମୟରେ ଘରୁ ବାହାରି ଗୋଶାଳାକୁ ଆସିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ବିଳମ୍ବିତ ରାତିପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ଆଖପାଖ ଅଞ୍ଚଳରେ ପରିବାର ଲୋକେ ବହୁତ ଖୋଜିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ।

ସକାଳେ ପରିବାର ଲୋକେ ଏ ସମ୍ପର୍କରେ ଗୋଶାଳା ଫାଣ୍ଡିରେ ଜଣାଇ ଫେରୁଥିବାବେଳେ ରାସ୍ତାକଡ଼ରେ ଥିବା ଘାସ ପଡ଼ିଆର ପାଣି ଭିତରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଗୋଶାଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତ କର୍ଣ୍ଣ ଦିନମଜୁରିଆ କାମ କରି ତାଙ୍କ ପରିବାର ପୋଷଣ କରୁଥିଲେ। ବର୍ତ୍ତମାନ ତାଙ୍କ ପରିବାରରେ ବିଧବା ପତ୍ନୀ, ଦୁଇଟି ଛୁଆ ଏବଂ ବୁଢ଼ିମା’ ରହିଛନ୍ତି। ତାଙ୍କ ପରିବାର ପୋଷଣ ପାଇଁ ଆଉ କେହି ନ ଥିବାରୁ ପ୍ରଶାସନ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଗୋଶାଳା ରାଜସ୍ୱ ଅଧିକାରୀ ପହଞ୍ଚି ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଚିପିଲିମା ଥାନାଧିକାରୀ ତପନ ପ୍ରଧାନ କେଶ ନଂ. ୩୪୫ରେ ତଦନ୍ତ ଚଳାଇଛନ୍ତି। କର୍ଣ୍ଣଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ କଳାମାଟି ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe