Shutterstock
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବକଟି ପଞ୍ଚାୟତ ବଡ଼ଖଲିଆପାଲି ଗ୍ରାମର ପ୍ରଦୀପ କୁମ୍ଭାର (୩୬)ଙ୍କ ତାମିଲନାଡ଼ୁଠାରେ ଆକସ୍ମିକ ମୃତ୍ୟୁ ଘଟିଛି। ଗତ ୧୦ ବର୍ଷ ହେଲା ପ୍ରଦୀପ ତାମିଲନାଡ଼ୁରେ ଦାଦନ ଶ୍ରମିକ ଭାବରେ କାମ କରୁଥିଲେ। ସେ ତାମିଲନାଡ଼ୁର କୁଥୁକୁଡ଼ି ଜିଲ୍ଲା ତାଲମୋତିନଗରରେ ଥିବା ରୋସନ ପ୍ଲାଣ୍ଟର ଅଫ ପ୍ୟାରିସ କାରଖାନାରେ କାମ କରୁଥିବା ବେଳେ ଗତ ୨୨ ତାରିଖ ହଠାତ ଅସୁସ୍ଥ ଅନୁଭବ କରିଥିଲେ। ସହକର୍ମୀମାନେ ତାଙ୍କୁ ସେଠାକାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କହାଯାଇଛି। ସେଠାରେ ଥିବା ତାଙ୍କ ପରଚିତ ଅନ୍ୟ ଶ୍ରମିକଙ୍କ ସହାୟତାରେ ଏକ ଘରୋଇ ଆମ୍ବୁଲାନ୍ସରେ ମୃତଦେହ ତାଙ୍କ ଗ୍ରାମକୁ ଅଣାଯିବା ପରେ ଗାଁରେ ଶୋକରଛାୟା ଖେଳିଯାଇଛି। ମଙ୍ଗଳବାର ଶେଷକୃତ୍ୟ ସଂପନ୍ନ କରାଯାଇଛି। ସେ ତାଙ୍କ ପଛରେ ପତ୍ନୀ ବାସନ୍ତୀ ଓ ୪ ପିଲାଙ୍କୁ ଛାଡ଼ି ଚାଲିଯାଇଛନ୍ତି।
Follow Us