ଦାଦନ ଦୁଃଖ: ଆନ୍ଧ୍ର ଯିବାର ମାସେ ପୂରିନି ଗାଁକୁ ଫେରିଲା ଶବ 

Advertisment

ତଦନ୍ତ ପାଇଁ ପୁଲିସକୁ ଜଣାଇଲେ ପରିବାର ଲୋକ

ତଦନ୍ତ ପାଇଁ ପୁଲିସକୁ ଜଣାଇଲେ ପରିବାର ଲୋକ

ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ବଲାଙ୍ଗୀର/କଂଟାବାଞ୍ଜି: ଲକଡାଉନ ସମୟରେ କାମ ମିଳିଲାନି। ଡ୍ରାଇଭର ଚାକିରି କରି ଦୁଇ ପଇସା ରୋଜଗାର ହେଉଥିଲା। ସେତକ ବି ନହେବାରୁ ଘରୁ ଗୋଡ଼ କାଢ଼ିବାକୁ ନେଇଥିଲେ ନିଷ୍ପତ୍ତି। ଆନ୍ଧ୍ରପ୍ରଦେଶର ଏକ ଇଟା ଭାଟିକୁ ଯାଇ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରିଥିଲେ। କିନ୍ତୁ ଯିବାର ମାସେ ନ ପୂରୁଣୁ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହାର ନିରପେକ୍ଷ ତଦନ୍ତ ପାଇଁ ପରିବାର ଲୋକେ ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ରେ ଘଟିଥିବା ଏହି ଘଟଣା ପୁଣି ଥରେ ଦାଦନ ଦୁଃଖ କଥା ମନେ ପକାଇ ଦେଇଛି।

ତୁରେକେଲା ବ୍ଲକ୍‌ ବାଗବେଲ ଗାଁର କଦମ ମାଝୀଙ୍କ ପୁଅ ଲବ ମାଝୀ (୪୦ବର୍ଷ) ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ। ତାଙ୍କ ଗାଁର ଲକ୍ଷ୍ମଣ ପୁଟା ତାଙ୍କୁ ସେଠାକୁ ପଠାଇଥିଲେ। ସେଠିକାର ଇଟାଭାଟିରେ ସେ ଟ୍ରାକ୍ଟର ଚାଳକ ଭାବେ ନିୟୋଜିତ ଥିଲେ। ସେ ଇଟା ଭାଟିରେ କାମ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଲେ। ପରିବାର ଲୋକେ ସେଠାରୁ ଶବ ଆଣି ଶେଷକୃତ୍ୟ କରିସାରିଛନ୍ତି। ତାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ବାପା କଦମ ମାଝୀ, ସ୍ତ୍ରୀ ପଦ୍ମା ମାଝୀ, ପୁଅ କୁମର ମାଝୀ ଏବଂ ଝିଅ ଅଞ୍ଜଳି ମାଝୀ ଅସହାୟ ହୋଇପଡ଼ିଛନ୍ତି। ଏ ନେଇ ତୁରେକେଲା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ଲବଙ୍କ ବାପା କଦମ। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ପରିବାର ଲୋକଙ୍କୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି।

କେବେ ଚେତିବ ପ୍ରଶାସନ?

ପ୍ରତ୍ୟହ ବେଆଇନ ଦାଦନ ଚାଲଣ ହେଉଛି। ବାହାର ରାଜ୍ୟରୁ ମାଳ ମାଳ ବସ ବାଲଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ବ୍ଲକ୍‌ଗୁଡ଼ିକୁ ଆସୁଛି। ବେଆଇନ ଭାବ‌େ ଖୋଲା ଖୋଲି ଶ୍ରମିକ ଚାଲଣ କରାଯାଉଛି। ତଥାପି ପ୍ରଶାସନ ଓ ପୁଲିସ ଚୁପ୍‌। ତୁରେକେଲା ପଖନମୁଣ୍ଡା ଗାଁର ଦାଦନ ଦୁଃଖ ଘଟଣାରେ ବି କାର୍ଯ୍ୟାନୁଷ୍ଠାନ ହୋଇନି। ଆନ୍ଧ୍ର ଯାଇଥିବା ଝିଅର ହତ୍ୟା ପରେ ଏଠି ଗାଁରେ ବାପା ଓ ଜେଜେ ବାପାଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣା ଗଣମାଧ୍ୟମ ଲୋକଲୋଚନକୁ ଆଣିବା ପରେ ତଦନ୍ତ କରାଯିବ ବୋଲି ତୁରେକେଲା ପୁଲିସ କହିଥିଲା। କିନ୍ତୁ ଥାନା ଅଧିକାରୀ ପୀଡ଼ିତ ପରିବାର ଲୋକଙ୍କୁ କେବଳ ଫୋନରେ ଥରୁଟିଏ କଥା ହୋଇ ତଦନ୍ତ ସାରି ଦେଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଠିକ ସେମିତି ବାଗବେଲ ଘଟଣାରେ ପୁଲିସ ଅଭିଯୋଗ ପାଇଥିଲେ ବି ତଦନ୍ତ ଆରମ୍ଭ କରିନି। ଅନ୍ୟପକ୍ଷରେ ଦାଦନ ଶ୍ରମିକମାନଙ୍କୁ ମଧ୍ୟ ସଚେତନ କରାଯାଉ ନାହିଁ। ଲକ୍‌ଡାଉନ୍‌ ସମୟରେ ରାଜ୍ୟ ବାହାରୁ ଫେରିବାକୁ ଦାଦନ ଶ୍ରମିକମାନେ ବ୍ୟଗ୍ର ହୋଇ ପଞ୍ଜୀକରଣ କରାଇଥିଲେ। ଏବେ ପୁଣି ବିନା ପଞ୍ଜୀକରଣରେ ସୋମାନେ ବାହାରକୁ ଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe