ବୋଲେରୋ ଭିତରେ ମୃତଦେହ ଛାଡ଼ି ଚାଳକ ଫେରାର୍, ମୃତକ ଜଣେ ହାଇୱ। ଡ୍ରାଇଭର୍

Advertisment
ବୋଲେରୋ ଭିତରେ ମୃତଦେହ ଛାଡ଼ି ଚାଳକ ଫେରାର୍, ମୃତକ ଜଣେ ହାଇୱ। ଡ୍ରାଇଭର୍

ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରୁ ବୋଲେରୋ ଭିତରେ ମୃତଦେହ ଛାଡ଼ି ଚାଳକ ଫେରାର୍ ହୋଇଯାଇଥିବା ଜଣାଯାଇଛି। ମୋଟଙ୍ଗା ଥାନାର ଗଉଡ଼କାଟେଣୀ ପାଖରେ ବୋଲେରୋରେ ମୃତଦେହ ପଡ଼ି ରହିଛି। ବୋଲେରୋ ଗାଡ଼ିଟି ପମ୍ପଚର ଅବସ୍ଥାରେ ରହିଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରୁ ଗାଡ଼ି ଭିତରେ ମୃତଦେହ ଛାଡ଼ି ଡ୍ରାଇଭର ପାର ହୋଇଯାଇଛନ୍ତି। ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଗଉଡକାଟେଣୀ ବଜାର ନିକଟରେ ଏବେବି ଠିଆ ହୋଇଛି ଗାଡି। ମୃତକ ଜଣଙ୍କ ଜିଏମଆର କମ୍ପାନି ସାମଲ ବିଲଡରସର ହାଇୱ। ଡ୍ରାଇଭର ବୋଲି ଜଣାପଡ଼ିଛି। ମୃତକଙ୍କ ନାମ ଆଦିକନ୍ଦ ବେହେରା ବୋଲି ଜଣାପଡ଼ିଛି। ମୃତକଙ୍କ ଘର ମୋଟଙ୍ଗା ଥାନା ଅନ୍ତର୍ଗତ ଧଳପୁର ର ଉପର ବାଘଲୁଣ୍ଡା ବୋଲି ଜଣାଯାଇଛି।

publive-image

ଗତକାଲି କମ୍ପାନି ପରିସରରେ ହାଇୱ। ଗାଡ଼ି ଧକ୍କା ହେବା ପରେ କମ୍ପାନି ଲୋକ ତାଙ୍କୁ ନେଇ ଆସୁଥିଲା। ଗାଡ଼ି ଲିକ ହେବା ଯୋଗୁଁ ଅଧା ବାଟରେ ଛାଡ଼ି ବୋଲେରୋ ଡ୍ରାଇଭର ପଳାଇଥିବା କୁହାଯାଉଛି। ଘଟଣାସ୍ଥଳରେ ମୋଟଙ୍ଗା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe