ନଦୀ କୂଳରୁ ଗଳିତ ଶବ ଉଦ୍ଧାର

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ଶିବ ମନ୍ଦିର ନିକଟ ତେଲ ​ନଦୀ ଘାଟରୁ ପ୍ରାୟ ଶହେ ମିଟର ଦୂର ଏକ ବୁଦା ମୂଳରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଛି। ଏନେଇ ଖବରପାଇ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ବଂଶୀଧର ସାମଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଶବଟି ପଚି ଯାଇଥିବାରୁ ଚିହ୍ନଟ କରିବା ଆଦୌ ସମ୍ଭବ ହେଉନାହିଁ। ଶବର ମୁଣ୍ଡ ଗଛ ଡାଳରେ ଲଟକି ରହିଥିବା ବେଳେ ବାକି ଅଂଶ ତଳେ ପଡିଛି। ଶରୀରର ବହୁ ଅଂଶ ନଥିବା ଦେଖାଯାଉଛି।

ଏହା ପୁରୁଷ ନା’ ମହିଳା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ନା’ ଆତ୍ମହତ୍ୟା ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe