ବାହାଡ଼ା-ବାଇଗୁଣିଆ ଛକରେ କାଉ ମଡ଼କ

Advertisment
ବାହାଡ଼ା-ବାଇଗୁଣିଆ ଛକରେ କାଉ ମଡ଼କ

ଖଣ୍ଡପଡ଼ା : ଗ୍ରୀଷ୍ମର ପ୍ରକୋପ ଯୋଗୁ ବାହାଡ଼ା-ବାଇଗୁଣିଆ ଛକରେ ବହୁ ସଂଖ୍ୟାରେ ଦୈନିକ କାଉ ମରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ କାଉ ମଡ଼କର ପ୍ରକୃତ କାରଣ ଜଣା ନ ପଡ଼ିଥିଲେ ମଧ୍ୟ କାଉମାନେ ରକ୍ତବାନ୍ତି କରି ଗଛରୁ ଖସି ପଡୁଥିବା ଦେଖିବାକୁ ମିଳିଛି। କେହି କେହି କାଉକୁ ଅଜଣା ରୋଗ ବ୍ୟାପିଥିବା କହୁଥିବାବେଳେ ଆଉ କେହି ଗ୍ରୀଷ୍ମର ପ୍ରକୋପ ଯୋଗୁଁ ଏପରି ଘଟୁଥିବା କହୁଛନ୍ତି। ଜଳ ଅଭାବରୁ ତୃଷାର୍ତ୍ତ କାଉଙ୍କ ମୃତ୍ୟୁ ହେଉଥିବାର ସୂଚନା ମିଳୁଥିବାରୁ ପକ୍ଷୀପ୍ରେମୀ ଓ ପରିବେଶବିତଙ୍କ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଛି। ଯାହା ଫଳରେ ଭବିଷ୍ୟତରେ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଅନେକ ସମସ୍ୟା ସୃଷ୍ଟି କରି ପାରେ। ତେଣୁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏହାର ସଠିକ୍‌ କାରଣ ଖୋଜାଯାଇ ତୁରନ୍ତ ପଦକ୍ଷେପ ନେବାକୁ ବାହାଡ଼ା-ବାଇଗୁଣିଆ ବ୍ୟବସାୟୀମାନେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe