ଗଞ୍ଜାମ ବେଳାଭୂମିରେ ୬ ଫୁଟର ମୃତ ଡଲଫିନ୍‌

Advertisment
ଗଞ୍ଜାମ ବେଳାଭୂମିରେ ୬ ଫୁଟର ମୃତ ଡଲଫିନ୍‌

Odisha Sun Times

ଗଞ୍ଜାମ/ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ କଣ୍ଟିଆଗନ ନିକଟ ବଟେଶ୍ବର ସନ୍ନିକଟ ବେଳାଭୂମିରେ ଏକ ମୃତ ଡଲଫିନ୍‌କୁ ବନ ବିଭାଗ ଉଦ୍ଧାର କରିଛି। ଏହାର ଲମ୍ବ ୬ ଫୁଟ। ଡଲଫିନ୍‌ଟି ବଟଲ୍‌ ନୋଜ୍‌ ପ୍ରଜାତିର ବୋଲି ଜଣାପଡିଛି।

ଆଜି ସକାଳେ କଣ୍ଟିଆଗଡ଼ ଅଞ୍ଚଳର କିଛି ଯୁବକ ବେଳାଭୂମିକୁ ବୁଲୁଥିବା ବେଳେ ଡଲଫିନ୍‌ ଶବ ଦେଖିଥିଲେ। ସେମାନେ ବନବିଭାଗକୁ ଜଣାଇଥିଲେ। ଖଲ୍ଲିକୋଟ ରେଞ୍ଜରଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣା ସ୍ଥଳକୁ ଆସି ମୃତ ଡଲଫିନ୍‌କୁ ଜବତ କରି ବ୍ୟବଛେଦ କରାଇଥିଲେ। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନବିଭାଗ ସୂତ୍ରରୁ ସୂଚନା ମିଳିଛି। ତେବେ ଡଲଫିନ୍‌ର ମୁହଁ, ପେଟ ଆଦି ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ରହିଛି। ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe