Dead elephant: ନିଲମ୍ବିତ ରେଞ୍ଜରଙ୍କ ଘର ନିକଟରୁ ମିଳିଲା ମୃତହାତୀର ଦେହାଂଶ: ମୋବାଇଲ ଲାଇଟ୍‌ରେ ହେଲା ଶବ ବ୍ୟବଚ୍ଛେଦ!

Advertisment

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରୁ ହାତୀର ମୃତଦେହ ଗାଏବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମୃତହାତୀର ଖଣ୍ଡବିଖଣ୍ଡିତ ଅଂଶ ବୁଧବାର ନିଲମ୍ବିତ ରେଞ୍ଜର....

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରୁ ହାତୀର ମୃତଦେହ ଗାଏବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମୃତହାତୀର ଖଣ୍ଡବିଖଣ୍ଡିତ ଅଂଶ ବୁଧବାର ନିଲମ୍ବିତ ରେଞ୍ଜର....

dgdagdazvczvc

କେସିଙ୍ଗା/ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରୁ ହାତୀର ମୃତଦେହ ଗାଏବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମୃତହାତୀର ଖଣ୍ଡବିଖଣ୍ଡିତ ଅଂଶ ବୁଧବାର ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ତହଁସିର ଡ୍ୟାମ୍‌ ନିକଟରୁ ମିଳିଛି। ସୂଚନା ଅନୁସାରେ, ମୁଣ୍ଡୁଟି ଜଙ୍ଗଲରୁ ହାତୀ ମୃତ୍ୟୁ ଓ ଶବକୁ ନେଇ ଅନ୍ୟତ୍ର ପୋତିଦେବା ଘଟଣାରେ ବନ ବିଭାଗ ପକ୍ଷରୁ ରେଞ୍ଜର ବିନୟ ବିଶିଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଥିଲା। ତେବେ ହାତୀର ଶବ ମିଳିନଥିଲା। ବାଲିଗୁଡ଼ା ଡିଏଫ୍‌ଓ ଏହି ଘଟଣାର ତଦନ୍ତ କରୁଥିଲେ। ବୁଧବାର ଯୁଗ୍ମ ଟାସ୍କଫୋର୍ସ ଟିମ୍‌ ସହ ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହନ୍ତ ଓ ତୁମୁଡ଼ିବନ୍ଧ ରେଞ୍ଜର କାଳୀଚରଣ ବେହେରା ନିଲମ୍ବିତ ରେଞ୍ଜର ଶ୍ରୀ ବିଶିଙ୍କ ଗାଁ କେସିଙ୍ଗାର ତହଁସିରରେ ପହଞ୍ଚି ତନାଘନା କରିଥିଲେ। ହାତୀ ଶବ ପୋତିବା ଘଟଣାରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ବାଲିଗୁଡା ବନଖଣ୍ଡ ବିଭାଗ ଓ କଳାହାଣ୍ଡି ବନଖଣ୍ଡ ବିଭାଗ ଅଧିକାରୀମାନେ ତହଁସିର ଡ୍ୟାମ୍‌ ନିକଟରେ ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲେ। ଏହି ଅପରେସନ୍‌କୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ପାଇଁ ମିଳିଥିବା ସ୍ଥାନରେ ଗ୍ରିନ୍‌ ବ୍ୟାରିକେଡ୍‌ କରି ରଖିଥିଲେ। ଜେସିବି ଦ୍ୱାରା ମାଟି କଢ଼ାଯାଇ ୭ ଫୁଟ ତଳୁ ହାତୀ ଶରୀରର ବିଭିନ୍ନ ଅଂଶ ପାଇଥିଲେ। ହାତୀକୁ ଟିକିଟିକି କରି କାଟି ପୋତା ଯାଇଥିବା ଅନୁମାନ କରାଯାଉଛି। ତେବେ ଦେହାଂଶର ଅଧିକାଂଶ ପଚିସଢି ଯାଇଥିବା ବେଳେ ଶୁଣ୍ଢ, ଗୋଡ଼, ମୁଣ୍ଡ ଆଦି ମିଳିଥିଲା। ପରେ ଭବାନୀପାଟଣା ଓ କେସିଙ୍ଗା ପ୍ରାଣୀ ଚିକିତ୍ସାଳୟର ବିଶେଷଜ୍ଞମାନେ ସେହି ସ୍ଥାନରେ ଶବ ବ୍ୟବଚ୍ଛେଦ କରିଥିଲେ। ଏହି ଖବରରୁ ସମସ୍ତଙ୍କୁ ଦୂରେଇ ରଖାଯାଇଥିଲା।

ମୋବାଇଲ ଲାଇଟ୍‌ରେ ହେଲା ଶବ ବ୍ୟବଚ୍ଛେଦ!
ରେଞ୍ଜରଙ୍କ ପତ୍ତା ମିଳୁନି

ଏମିତିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଫଟୋ ନେବାକୁ ବାରଣ କରାଯାଇଥିଲା। ବାଲିଗୁଡା ଡିଏଫ୍‌ଓଙ୍କ ତତ୍ତ୍ବାବଧାନରେ ଏହି ଅପରେସନ୍‌ ହୋଇଥିଲା। କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫ୍‌ଓ କନ୍ଧମାଳ ଜିଲ୍ଲା ଘଟଣାର ଅନୁଧ୍ୟାନ କରୁଛନ୍ତି ବୋଲି କହିଥିଲେ। ତେବେ ରାତିରେ ମୋବାଇଲ୍‌ ଲାଇଟ୍‌ରେ କିପରି ବ୍ୟବ‌ଚ୍ଛେଦ ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି। ମଙ୍ଗଳବାର କନ୍ଧମାଳ ଜିଲ୍ଲାର ବେଲଘର କାଠ ବଙ୍ଗଳାରେ ତଦନ୍ତ ପରେ କାଡ଼ାପାନା ନର୍ସରିରେ ହାତୀର ଶବ ପୋତା ଯାଇଥିବା ଅନୁମାନ କରି ଖୋଳାଖୋଳି ଆରମ୍ଭ ହୋଇଥିଲା। ଏଠାରୁ ପଲିଥିନ୍‌ରେ ବନ୍ଧାଯାଇଥିବା କିଛି ମାଂସ ଜବତ ହୋଇଥିଲା। ଆଜି ପଡ଼ୋଶୀ ଜିଲ୍ଲା କଳାହାଣ୍ଡିରୁ ହାତୀର ଦେହାବଶେଷ ମିଳିବା ଏହି ଘଟଣାକୁ ଆହୁରି ରହସ୍ୟକୁ ଠେଲିଦେଇଛି। ହାତୀ ମୃତ୍ୟୁ ଲୁଚାଇବାକୁ ରେଞ୍ଜର କିଭଳି ବଡ଼ଧରଣର ଜାଲ ବିଛାଇଥିଲେ, ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ନିଲମ୍ବିତ ରେଞ୍ଜର୍‌ଙ୍କ ପତ୍ତା ମିଳୁନାହିଁ। ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହାନ୍ତ ଏହି ସମ୍ବେଦନଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସେହିପରି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ବି ଏସ୍‌ଟିଏଫ୍ ତଦନ୍ତ ଦାବି କରିବା ସହ ଏଥିରେ ତଳତଳିଆ କର୍ମଚାରୀଙ୍କଠୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ସଂପୃକ୍ତି ରହିଥିବା କହିଛନ୍ତି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ଆଲୋଚନା ହେବ ବୋଲି ବିଧାୟକ ପ୍ରକାଶ କରିଛନ୍ତି। ବିଜେଡି ନେତା ତଥା ଜିଲ୍ଲା ଉପସଭାପତି ଟୁନା ଦାସ କହିଛନ୍ତି, ଏହି ଘଟଣାରେ କେବଳ ତଳତଳିଆଙ୍କୁ ବଳି ପକାଇ ଡିଏଫ୍‌ଓ ଓ ଏସିଏଫ୍‌ ଖସିଯିବାକୁ ଉଦ୍ୟମ କରୁଛନ୍ତି। ସେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

Trump: ସମଗ୍ର ୟୁରୋପକୁ ଧମକାଇଲେ ଟ୍ରମ୍ପ: ଡେନମାର୍କକୁ ଅକୃତଜ୍ଞ କହି ବର୍ଷିଲେ

ସୂଚନାଥାଉକି, ମୁଣ୍ଡୁଟି ଜଙ୍ଗଲରେ ଗତ ୫ ତାରିଖରେ ଏକ ହାତୀର ମୃତ୍ୟୁ ହୋଇଥିଲା। ଘଟଣା ଚପାଇ ଦେବାକୁ ସ୍ଥାନୀୟ ରେଞ୍ଜର ଶ୍ରୀ ବିଶି ଷଡ୍‌ଯନ୍ତ୍ର ରଚିଥିଲେ। ଘଟଣାକୁ ଲୁଚାଇବା ପାଇଁ ହାତୀ ମୃତଦେହକୁ ସେଠାରେ ନ ପୋତି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଭୁବନେଶ୍ବରରେ ଏକ ଜେଟିଏଫ୍‌ ଟିମ୍‌ ଗଠନ କରାଯାଇଛି। ଏଥିରେ ଡେପୁଟି କଞ୍ଜରଭେଟର ରାମପଦ ଅରବିନ୍ଦ ମିଶ୍ର, ବିବେକ କୁମାର ଓ ଅବସରପ୍ରାପ୍ତ ଏସ୍‌ପି କିଶୋର ପାଣିଗ୍ରାହୀ ରହିଛନ୍ତି। ଏହି ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଆର୍‌ସିସିଏଫ୍‌ ବିଶ୍ୱନାଥ ନୀଳାମ୍ବର ବାଲିଗୁଡ଼ା ଆସି ପ୍ରାଥମିକ ତଦନ୍ତ ରିପୋର୍ଟ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe