ସାବିତ୍ରୀରେ ମଥାରୁ ଲିଭିଗଲା ସିନ୍ଦୂର: ଦୁର୍ଘଟଣା ନେଲା ୨ ଜୀବନ, ବଜ୍ରପାତରେ ଚାଲିଗଲା ସ୍ବାମୀଙ୍କ ଜୀବନ

Advertisment

ସାବିତ୍ରୀ ବ୍ରତ ପାଳନ ପାଇଁ ଘରକୁ ପତି ଆସିବା ବାଟକୁ ଚାହିଁ ବସିଥିଲେ ପତ୍ନୀ। ପୂଜାଥାଳି ବଢ଼ାଯାଇଥିବା ସହ ସବୁ ପ୍ରସ୍ତୁତି ବି ସରିଥିଲା। ହେଲେ ରାସ୍ତାରେ ଯେମିତି ମୃତ୍ୟୁ ଛକି ବସିଥିଲା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନିମିଷକରେ ଦୁଇ ଯୁବକଙ୍କ ପ୍ରାଣବାୟୁ ଉଡ଼ିଗଲା।

ସାବିତ୍ରୀ ବ୍ରତ ପାଳନ ପାଇଁ ଘରକୁ ପତି ଆସିବା ବାଟକୁ ଚାହିଁ ବସିଥିଲେ ପତ୍ନୀ। ପୂଜାଥାଳି ବଢ଼ାଯାଇଥିବା ସହ ସବୁ ପ୍ରସ୍ତୁତି ବି ସରିଥିଲା। ହେଲେ ରାସ୍ତାରେ ଯେମିତି ମୃତ୍ୟୁ ଛକି ବସିଥିଲା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନିମିଷକରେ ଦୁଇ ଯୁବକଙ୍କ ପ୍ରାଣବାୟୁ ଉଡ଼ିଗଲା।

dead body

dead body Photograph: (sambad.in)

ଭଞ୍ଜନଗର/ସୋରଡ଼ା: ସାବିତ୍ରୀ ବ୍ରତ ପାଳନ ପାଇଁ ଘରକୁ ପତି ଆସିବା ବାଟକୁ ଚାହିଁ ବସିଥିଲେ ପତ୍ନୀ। ପୂଜାଥାଳି ବଢ଼ାଯାଇଥିବା ସହ ସବୁ ପ୍ରସ୍ତୁତି ବି ସରିଥିଲା। ହେଲେ ରାସ୍ତାରେ ଯେମିତି ମୃତ୍ୟୁ ଛକି ବସିଥିଲା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନିମିଷକରେ ଦୁଇ ଯୁବକଙ୍କ ପ୍ରାଣବାୟୁ ଉଡ଼ିଗଲା। ଆଉ ପତ୍ନୀଙ୍କ ମଥାରୁ ଲିଭିଗଲା ସିନ୍ଦୂର। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଲାଠିପଡ଼ା ଗ୍ରାମ ନିକଟରେ ଆଜି ଏଭଳି ଏକ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିପକାଇଛି। ମୃତକମାନେ ହେଲେ, ବେଲଗୁଣ୍ଠା ବ୍ଲକ୍ ଓ ଗାଙ୍ଗପୁର ଥାନା ଅଧୀନ ସିଂହମର୍ଦ୍ଦିନୀ ଗ୍ରାମର ବିରଞ୍ଚି ଭୂୟାଁ (୩୦) ଓ ନୟାଗଡ଼ ଜିଲ୍ଲା ଡିଆଁପଡ଼ା ଗ୍ରାମର ପ୍ରଭାତ ପ୍ରଧାନ (୪୫)। ସେହିପରି ଡିଆଁପଡ଼ାର କାହ୍ନୁଚରଣ ପ୍ରଧାନ (୪୧)ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

ମିଳିଥିବା ସୂଚନା ଅନୁଯାୟୀ, ବିରଞ୍ଚି ମାଲ୍‌ବାହୀ ଗାଡ଼ି ଚଳାଉଛନ୍ତି। ଆଜି ସକାଳେ ସେ ସାବିତ୍ରୀ ବ୍ରତ ପାଇଁ ବାଇକ୍‌ରେ ଜଣେ ସଂପର୍କୀୟଙ୍କୁ ନେଇ ଶ୍ବଶୁରଘର ଗାଁ ଲାଠିପଡ଼ା ନିକଟ ଗୁଡ଼ିପଲ୍ଲୀ ଗ୍ରାମକୁ ଯାଉଥିଲେ। ଏହି ସମୟରେ ଦାରିଙ୍ଗବାଡ଼ିରେ ରହି ରାଜମିସ୍ତ୍ରି କାମ କରୁଥିବା ପ୍ରଭାତ ମଧ୍ୟ ସାବିତ୍ରୀ ବ୍ରତ ପାଇଁ ନିଜ ଘର ଡିଆଁପଡ଼ା ଗ୍ରାମକୁ ଆସୁଥିଲେ। ଏହି ସମୟରେ ଲାଠିପଡ଼ା ଗ୍ରାମ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଣି ଆଉ ଏକ ବାଇକ୍ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ଏବଂ ସୋରଡ଼ା ଡାକ୍ତରଖାନାକୁ ପଠାଇଥିଲେ। ସୋରଡ଼ା ଡାକ୍ତରଖାନାରେ ବିରଞ୍ଚି ଓ ଭଞ୍ଜନଗର ଡାକ୍ତରଖାନାରେ ପ୍ରଭାତଙ୍କ ମୃତ୍ୟୁ ଘଟିଥିଲା। କାହ୍ନୁଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବିରଞ୍ଚି ଓ ପ୍ରଭାତଙ୍କ ୨ଟି ଲେଖାଏଁ ସନ୍ତାନ ରହିଥିବା ବେଳେ ଉଭୟଙ୍କ ଅକାଳ ମୃତ୍ୟୁ ପରେ ପରିବାରବର୍ଗ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛନ୍ତି। ସୋରଡ଼ା ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏନେଇ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। 

ବ୍ରଜରାଜନଗର/ଝାରସୁଗୁଡ଼ା: ସାବିତ୍ରୀ ଓଷା ‌ବେଳେ ଘଟିଛି ଅଘଟଣ। ପୂଜା ସରିଲା, ବରଗଛ ମୂଳେ ଅନ୍ୟ ମହିଳାଙ୍କ ସହ ପରିକ୍ରମା କରୁଥିଲେ ସ୍ତ୍ରୀ। ଅଳ୍ପ ଦୂରରେ ଆମ୍ବ ଗଛ ମୂଳେ ବସି ପୂଜା ଦେଖୁଥିଲେ ସ୍ବାମୀ। ଏହି ସମୟରେ ହଠାତ୍‌ ବଜ୍ରପାତ ହେବାରୁ ଚାଲିଗଲା ସ୍ବାମୀଙ୍କ ଜୀବନ। ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାଜପୁର ଖଲିଆପଡ଼ାରେ। ମୃତକ ହେଉଛନ୍ତି ସୀତାରାମ ଧୁରୁଆ (୪୭)। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରିଛି। ଗ୍ରାମବାସୀଙ୍କ ସୂଚନାନୁସାରେ, ଆଜି ସାବିତ୍ରୀ ଓଷା ପାଇଁ ଦିନ ପ୍ରାୟ ଗୋଟାଏ ବେଳେ ଗାଁ ବରଗଛ ମୂଳରେ ମହିଳାମାନେ ପୂଜାର୍ଚ୍ଚନା କରୁଥିଲେ। ଦିନ ପ୍ରାୟ ସାଢ଼େ ୩ଟା ବେଳକୁ ପୂଜା ଶେଷ ହୋଇ ଆସୁଥିଲା।

ଏହି ସମୟରେ ସୀତାରାମ ବରଗଛଠାରୁ ଅଳ୍ପ ଦୂରରେ ଥିବା ଏକ ଆମ୍ବଗଛ ମୂଳରେ ଅନ୍ୟ ୩ ଜଣ ପୁରୁଷଙ୍କ ସହ ବସି ପୂଜା ଦେଖୁଥିଲେ। ପୂଜା ପରେ ସ୍ତ୍ରୀ ସଂଯୁକ୍ତାଙ୍କ ସମେତ ଅନ୍ୟ ମହିଳାମାନେ ବରଗଛ ପରିକ୍ରମା କରୁଥିଲେ। ‌ଠିକ୍‌ ଷଷ୍ଠ ପରିକ୍ରମା ଚାଲିଥିବା ବେଳେ ହଠାତ୍‌ ବଜ୍ରପାତ ହେବାରୁ ଆମ୍ବଗଛ ମୂଳରେ ବସିଥିବା ସୀତାରାମ ସେଠାରେ ଗୁରୁତର ଆହତ ହୋଇ ପଡ଼ିଯାଇଥିଲେ। ‌ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe