ରାଜ୍ୟର ବିଶିଷ୍ଟ ସମବାୟବିତ୍ ଅଲେଖ ଚୌଧୁରୀଙ୍କର ପରଲୋକ, ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ସୂଚନା

ରାଜ୍ୟର ବିଶିଷ୍ଟ ସମବାୟବିତ୍ ଅଲେଖ ଚୌଧୁରୀଙ୍କର ପରଲୋକ, ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ସୂଚନା

ବ୍ରହ୍ମପୁର: ବିଜେଡିର ଜଣେ ପରିଚିତ ନେତା ତଥା ରାଜ୍ୟର ଜଣେ ବିଶିଷ୍ଟ ସମବାୟବିତ୍ ଭାବେ ଜଣାଶୁଣା ଅଲେଖ ଚୌଧୁରୀଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସର୍ଟ ସର୍କିଟରୁ ଘରେ ନିଆଁ ଲାଗିଯିବାରୁ କିଛି ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।  ଗତକାଲି ରାତି ୨ଟା ୧୫ ମିନିଟ୍ ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ଗୋଷାଣୀ ନୂଆଗାଁର ପାଣିଗ୍ରାହୀ ପେଣ୍ଠସାହିର  ଅଞ୍ଚଳରେ ଏହି ଅଘଟଣ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।

publive-image

ଘର ଭିତର ଏସି ପୋଡ଼ିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଅଲେଖ ଚୌଧୁରୀ ଘର ଭିତରୁ କିଛି ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଏହି ଭଳି ଦୁଃଖଦ ଘଟଣା ଘଟିଥିବା କୁହାଯାଉଛି । ତାଙ୍କ ସହ ଭଗବାନ ପାତ୍ର ଏବଂ ସୁନୀଲ ବେହେରା ନାମକ ଜଣେ ଯୁବକଙ୍କ ମଧ୍ୟ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ସେ ନିଆଁରେ ପୋଡ଼ି ହେବା ପରେ ତାଙ୍କୁ ଏମକେସିଜିକୁ ଅଣାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

publive-image

ରାଜ୍ୟର ଜଣେ ବିଶିଷ୍ଟ ସମବାୟବିତ୍ ଭାବେ ଜଣାଶୁଣା ଅଲେଖ ଚୌଧୁରୀଙ୍କ ପରଲୋକରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ସେ କଂଗ୍ରେସରୁ ରାଜନୈତିକ କ୍ୟାରଅର୍ ଆରମ୍ଭ କରିଥିଲେ, ହେଲେ ପରେ ସେ ବିଜେଡିରେ ଯୋଗ ଦେଇଥିଲେ। ଅଲେଖ ଚୌଧୁରୀ ବ୍ରହ୍ମପୁର ସେଣ୍ଟ୍ରାଲ୍ କୋଅପରେଟିଭ୍ ବ୍ୟାଙ୍କର ସଭାପତି ବି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe