ଖୁସି ଖୋଜୁଛି ବେବିନା କୋଳ

Advertisment
ବେବିନା, ମାଧବୀଲତା, ଇତିଶ୍ରୀ, କୁନ୍ଦୁଲିକୁ ଟପିଗଲା ସ୍ମିତାରାଣୀ ମାମଲା, କାହାକୁ ସୁରକ୍ଷା ଦେବା ପାଇଁ ସମସ୍ତେ ଚୁପ୍?

ଯାଜପୁର, (ସଂଗ୍ରାମ ସିଂହ): ‘ଏତେ ଦିନ ହେଲା ମା ଭତ୍ତା ବାଣ୍ଟୁଛି! ସେ ଗାଡ଼ି ପାଉନାହିଁ ଆସିବା ପାଇଁ, ଅଜା ତୁମେ ସ୍କୁଟି ନେଇ ଯାଅ ତାକୁ ନେଇଆସିବ।’ ଖୁସିର ଏଭଳି କଥା ଶୁଣି ପରିବାର ଲୋକ ନିରୁତ୍ତର। ମୃତ ପିଇଓ ସ୍ମିତାରାଣୀ ବିଶ୍ବାଳ ଓରଫ ବେବିନାଙ୍କ ୪ବର୍ଷର ଶିଶୁକନ୍ୟା ଖୁସିର କଥାରେ ପରିବାର ଲୋକ ହତବାକ୍ । ଯେଉଁ ଦିନ ବେବିନାଙ୍କ ବ୍ୟବଚ୍ଛେଦ ଶବ ଘରକୁ ଆସିଲା। ସେଦିନ ମଧ୍ୟ ଖୁସିର ପ୍ରଶ୍ନ ଥିଲା ‘ମା ବେକରେ ଫୁଲପାଳ କାହିଁକି, ତାଙ୍କୁ ଜରିରେ ପୂରାଇଛ କାହିଁକି ବାବା, ତା ଆଖିରେ ଲୁହ କଣ ପାଇଁ ଇତ୍ୟାଦି ଇତ୍ୟାଦି...’ ଅସ୍ପଷ୍ଟ କଥାରେ ପରିବାର ବର୍ଗ ମ୍ରିୟମାଣ।ବେବିନାର କୋଳ ଖୋଜୁଥିବା ଖୁସିର ‌ଖୁସି ସବୁଦିନ ପାଇଁ ତାର ଅଜାଣତରେ ହଜିଯାଇଛି। ସେକଥା ସେ ବୁଝିପାରୁ ନାହିଁ। ମା’କୁ ଖୋଜି ଖୋଜି ମନେ ମନେ ଗୁମୁରି ଗୁମୁରି କାନ୍ଦୁଛି ଝିଅ ଖୁସି। ପରିବାର ସଦସ୍ୟଙ୍କର ଅବସ୍ଥା ସେହିପରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe