ବଟେଶ୍ବର ବେଳାଭୂମିରୁ ୩୦ ଫୁଟ ଲମ୍ବା ମୃତ ତିମି ଉଦ୍ଧାର

Advertisment
ବଟେଶ୍ବର ବେଳାଭୂମିରୁ ୩୦ ଫୁଟ ଲମ୍ବା ମୃତ ତିମି ଉଦ୍ଧାର

ବ୍ରହ୍ମପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ବଟେଶ୍ବର ବେଳାଭୂମିରୁ ଏକ ମୃତ ତିମି ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଖଲିକୋଟ ବନ ବିଭାଗ ରେଞ୍ଜ ନିକଟରେ ଥିବା ବଟେଶ୍ବର ବେଳାଭୂମିରେ ପ୍ରାୟ ୩୦ ଫୁଟ ଲମ୍ବା ଏକ ମୃତ ତିମିକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଏସଂପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ।

ଖବରପାଇ ବଟେଶ୍ବର ବେଳାଭୂମିରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ ଏବଂ ସେଠାରୁ ଉକ୍ତ ମୃତ ତିମିକୁ ଉଦ୍ଧାର କରିଥିଲେ। ତେବେ କିପରିଭାବେ ଏହି ତିମିର ମୃତ୍ୟୁ ହୋଇଛି, ତାହା ଜଣାପଡ଼ିନାହିଁ। ଏବେ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ମୃତ ତିମିର ପୋଷ୍ଟମର୍ଟମ କରାଯିବ ବୋଲି ଜଣାଯାଇଛି। ଏହାପରେ ହୁଏତ ମୃତ ତିମିର ମୃତ୍ୟୁ ରହସ୍ୟ ଖୋଲିବ ବୋଲି କୁହାଯାଉଛି। ବନ ବିଭାଗ ପକ୍ଷରୁ ଏସଂପର୍କରେ ତଦନ୍ତ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe