ନିର୍ମାଣାଧୀନ ଡ୍ରେନରେ ପଡ଼ି ଯୁବକ ମୃତ, ଲୁହାଛଡ଼କୁ କାଟି ମୃତଦେହ ଉଦ୍ଧାର କରିଲା ପୁଲିସ

ନିର୍ମାଣାଧୀନ ଡ୍ରେନରେ ପଡ଼ି ଯୁବକ ମୃତ, ଲୁହାଛଡ଼କୁ କାଟି ମୃତଦେହ ଉଦ୍ଧାର କରିଲା ପୁଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଙ୍କୋଲି ଓଭରବ୍ରିଜ ତଳେ ନିର୍ମାଣାଧୀନ ଡ୍ରେନରେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଉକ୍ତ ଯୁବକ ଜଣକ ହେଲେ ବ୍ରହ୍ମପୁର ଲାଞ୍ଜିପଲି ତୋଟା ସାହିର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ବୋଲି ଜଣାଯାଇଛି। ତାଙ୍କର ବୟସ ୩୫ ବର୍ଷ।

ଗତକାଲି ରାତି ୧୧ଟା ସମୟରେ ପୂର୍ଣ୍ଣଚନ୍ଦ୍ର ଘରକୁ ଫେରୁଥିବା ବେଳେ ଏହି ନିର୍ମାଣଧୀନ ଡ୍ରେନ ଭିତରକୁ ନିଜ ସ୍କୁଟି ସହ ଖସିପଡ଼ିଥିଲେ । ଡ୍ରେନରେ ଲୁହା ଛଡ଼ ବାହାରକୁ ବାହାରିଥିବାରୁ ପୂର୍ଣ୍ଣଚନ୍ଦ୍ରଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ପଶି ଯାଇଥିଲା । କିଛି ସମୟ ପରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବାର ଅନୁମାନ କରାଯାଉଛି । ସକାଳୁ ବୈଦ୍ୟନାଥପୁର ଥାନା ଓ ଟ୍ରାଫିକ ଥାନା ପୁଲିସ ପହଞ୍ଚି ଲୁହା ରଡକୁ କାଟି ମୃତଦେହକୁ ଉଦ୍ଧାର କରିଥିବା ଜଣାଯାଇଛି। ଏହି ଘଟଣା ବ୍ରହ୍ମପୁର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ନିର୍ମାଣାଧୀନ ଡ୍ରେନରେ ରଡ୍ ବାହାରିଥିବା ଯୋଗୁଁ ଜନ ଅସନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe