ରାମଚଣ୍ଡୀ ମୁହାଣରେ ପଡ଼ି ରହିଛି ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ

ରାମଚଣ୍ଡୀ ମୁହାଣରେ ପଡ଼ି ରହିଛି ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ

କୋଣାର୍କ: କୋଣାର୍କ-ପୁରୀ ବେଳାମାର୍ଗର ରାମଚଣ୍ଡୀ ନିକଟରେ ଥିବା ବଙ୍ଗୋପସାଗର ଓ କୁଶଭଦ୍ରା ନଦୀର ସଂଗମସ୍ଥଳ ମୁହାଣମୁହଁରେ ଜଣେ ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ପଡ଼ି ରହିଥିବାର ଦେଖିବାକୁ ମିଳିଛି । ପଡ଼ିରହିଥିବା ମୃତ ମହିଳାଙ୍କ ବୟସ ୩୦ ରୁ ୩୨ ହେବ ବୋଲି ଅନୁମାନ କରାଯାଉଛି। ମୃତଦେହରୁ ଦୁର୍ଗନ୍ଧ ବାହାରୁଛି ।

ଆଜି ସକାଳ ସମୟରେ ରାମଚଣ୍ଡୀ ବୋଟ ଆସୋସିଏନର ସଦସ୍ୟମାନେ ବୋଟ ତନଖି କରୁଥିବା ସମୟରେ ଏହି ମୃତଦେହଟି ଦେଖିବାକୁ ପାଇଥିଲେ । ମୃତଦେହର ମୁହଁଟି ନଷ୍ଟ ହୋଇଯାଇଥିବା ସମୟରେ ଶରୀରର ବିଭିନ୍ନ ସ୍ଥାନରୁ ଚମଡ଼ା ଉତୁରି ଯାଇଥିବାର ଦେଖାଯାଇଛି । ମୃତଦେହଟି ସଂପୂର୍ଣ୍ଣ ଉଲଗ୍ନ ଥିବା ବେଳେ ଗୋଟିଏ ଗୋଡ଼ରେ ପାଉଁଜି ଥିବାର ଦେଖିବାକୁ ମିଳିଛି । ମୃତଦେହଟି ସମୁଦ୍ରରେ ଭାସି ଆସି କୂଳରେ ଲାଗିଥିବାର ଅନୁମାନ କରାଯାଉଛି।

ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବାର ଜଣାପଡ଼ିଛି। କରୋନା ସଂକ୍ରମଣକୁ ମୁକାବିଲା ଲାଗି ଲକଡ଼ାଉନ ସମୟରେ ସଂପୃକ୍ତ ମହିଳା କିଭଳି ଘର ବାହାରକୁ ଆସି ସମୁଦ୍ରକୂଳରେ ମରିପଡ଼ିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe