ରାତିରେ ମଦ ପିଇବାକୁ ଯାଇ ଘରକୁ ଫେରିଲେନି ଯୁବକ, ସକାଳେ ମିଳିଲା କ୍ଷତାକ୍ତ ମୃତଦେହ

Advertisment
ରାତିରେ ମଦ ପିଇବାକୁ ଯାଇ ଘରକୁ ଫେରିଲେନି ଯୁବକ, ସକାଳେ ମିଳିଲା କ୍ଷତାକ୍ତ ମୃତଦେହ

ଚାନ୍ଦିପୁର: ବାଲେଶ୍ବର ଜିଲ୍ଲାର ସଦର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ରାସ୍ତା ଉପରେ ପଡ଼ିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକଙ୍କ ପରିଚୟ ମିଳିଛି ଏବଂ ତାଙ୍କ ଘର ସଦର ଥାନାର ଶେଖ୍ ପାଟଣାରେ ବୋଲି ଜଣାଯାଇଛି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶେଖ୍ ପାଟଣାର ପରମାନନ୍ଦ ବାରିକଙ୍କ ପୁଅ ଚକ୍ରଧର ବାରିକ(୩୨) ଚାନ୍ଦିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ଥିବା ଏକ ଚୋରା ମଦ ଦୋକାନରେ ମଦ ପିଇବାକୁ ଯାଇଥିଲେ। ସେଠାରେ ତାଙ୍କୁ କେହି ଆକ୍ରମଣ କରିଥିବାର ସନ୍ଦେହ କରାଯାଉଛି। ଏହାଫଳରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

publive-image image source-patrika.com

ଆଜି ସକାଳେ କେତେକ ଲୋକ ସଇପୁର ଗାଁ ପାଖ ରାସ୍ତା ଉପରେ ଚକ୍ରଧର ବାରିକଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏଣେ ଚକ୍ରଧର ବାରିକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ସାଇଣ୍ଟିଫିକ୍ ଟିମ୍‌ ସହିତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।  ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ଅନୁସନ୍ଧାନ ଜାରି ରଖିଛି ସଦର ଥାନା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe