୧୫ ଦିନ ଧରି ନିଖୋଜ ଥିବା ଯୁବକର ଝୁଲନ୍ତା ମୃତଦେହ ଜଙ୍ଗଳରୁ ଉଦ୍ଧାର

Advertisment
୧୫ ଦିନ ଧରି ନିଖୋଜ ଥିବା ଯୁବକର ଝୁଲନ୍ତା ମୃତଦେହ ଜଙ୍ଗଳରୁ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ତେତେଲଖୁଣ୍ଟି ଗ୍ରାମର ମକରନ ମାଝୀ ୧୫ ଦିନ ତଳେ ନିଖୋଜ ହୋଇଥିଲେ। ପଲସଦା ଜଙ୍ଗଳରୁ ତାଙ୍କର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

publive-imageମିଳିଥିବା ଖବର ଅନୁଯାୟୀ ବୋଡ଼େନ ଥାନା ପଲସଦା ପଞ୍ଚାତୟର ତେତେଲଖୁଣ୍ଟି ଗ୍ରାମର ମକରନ ମାଝୀ(୨୮) ୧୫ ଦିନ ତଳେ କୌଣସି କାରଣରୁ ଘରେ ଝଗଡ଼ା ହେବାରୁ ଘରୁ ପଳାଇଥିଲେ। ପରେ ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ। ଶେଷରେ ପରିବାର ଲୋକ ବୋଡ଼େନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ମକରନ ମାଝୀଙ୍କ ଗଳିତ ଶବ ପଲସଦା ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଥିବା ଲୋକମାନେ ଦେଖିବାକୁ ପାଇଥିଲେ। ପରେ ବୋଡ଼େନ ପୁଲିସକୁ ଖବର ଦେବା ପରେ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe