ତେମରିମାଲ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା!

Advertisment
ତେମରିମାଲ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା!

ପାଇକମାଲ୍: ବରଗଡ଼ ଜିଲ୍ଲାର ତେମରିମାଲ ଜଙ୍ଗଲରୁ ଆଜି ସକାଳେ ଜଣେ  ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବରଗଡ଼ ଜିଲ୍ଲାର ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ତେମରିମାଲ ଜଙ୍ଗଲରେ ସ୍ଥାନୀୟ ଲୋକେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ। ମୃତଦେହଟି ତେମରିମାଲ ଗାଁର ଲଭବତୀ ଏଣ୍ଡଜା ବୋଲି ଘଟଣାସ୍ଥଳକୁ ଯାଇଥିବା ଲୋକେ ଚିହ୍ନଟ କରିଥିଲେ। ଏହାପରେ ଲୋକେ ଘଟଣା ସଂପର୍କରେ ଲଭବତୀଙ୍କ ପରିବାରକୁ ଏ ସଂପର୍କରେ ସୂଚନା ଦେଇଥିଲେ।

ଖବର ପାଇ ଘଟଣାସ୍ଥଳରେ ପାଇକମାଲ ଥାନା ଅଧିକାରୀ ବିଶ୍ବଜିତ ମନବୋଧ ଏବଂ ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସେଠାକୁ ପୁଲିସ ସାଇଣ୍ଟିଫିକ୍ ଟିମ୍ ଆସୁଥିବାର ସୂଚନା ମିଳିଛି। ସାଇଣ୍ଟିଫିକ୍ ଟିମର ତଦନ୍ତ ପରେ ଶବ ବ୍ୟବଚ୍ଛେଦ ଲାଗି ପଠାଯିବ ବୋଲି ଜଣାଯାଇଛି।

ଏ ଯାଏ ହତ୍ୟାକାଣ୍ଡର କାରଣ ସଂପର୍କରେ ଠିକ୍ ସୂଚନା ମିଳି ନ ଥିଲେ ବି ଏହା ଏକ ହତ୍ୟାକାଣ୍ଡ ବୋଲି ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe