ରେଳ ଧାରଣାରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ

ରେଳ ଧାରଣାରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ

ଯାଜପୁର: ରେଳ ଧାରଣାରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ। ଯାଜପୁର ଜିଲ୍ଲା ହରିଦାସପୁର-ଧାନମଣ୍ଡଳ ରେଲୱେ ଲାଇନର ଖୋସାଲିପୁର ନିକଟ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡ଼ି ରହିଥିବାର ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଆଜି ସକାଳୁ ପ୍ରଥମେ ସ୍ଥାନୀୟ ଲୋକେ ରେଳ ଧାରଣରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏନେଇ ଲୋକେ ଧାନମଣ୍ଡଳ ଫାଣ୍ଡି ପୁଲିସକୁ ଜଣାଇଥିଲେ। ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜିଆରପି ପୁଲିସକୁ ଏନେଇ ଅବଗତ କରାଇଛନ୍ତି। ତେବେ ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ଟ୍ରେନରେ କଟି ମୃତ୍ୟୁ ହୋଇଛି ନା ମୃତ୍ୟୁ ପଛରେ ଆଉ କିଛି କାରଣ ଅଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe