Advertisment

ମାଛ ଧରିବା ପାଇଁ ଯାଇଥିବାବେଳେ ଡଙ୍ଗା ବୁଡ଼ି ଘଟଣା: ନିଖୋଜ ଧୀବରର ମୃତ ଦେହ ଉଦ୍ଧାର

Advertisment
ମାଛ ଧରିବା ପାଇଁ ଯାଇଥିବାବେଳେ ଡଙ୍ଗା ବୁଡ଼ି ଘଟଣା: ନିଖୋଜ ଧୀବରର ମୃତ ଦେହ ଉଦ୍ଧାର

image source--twitter

ଦେବଗଡ଼: ଗୁରୁବାର ଦିନ ସନ୍ଧ୍ୟାରେ ମାଛ ଧରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ିଯିବା ପରେ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଧୀବର ନିଖୋଜ ହୋଇ ଯାଇଥିଲେ । ତେବେ ଆଜି ସକାଳେ ନିଖୋଜ ହେମନ୍ତ ପେଣ୍ଠେଇଙ୍କ ମୃତ ଦେହ ରେଙ୍ଗାଳୀ ଜଳଭଣ୍ଡାରରୁ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ବାରକୋଟ ବ୍ଲକର ବାଲିରଇ ଗ୍ରାମର ମଙ୍ଗଲୁ ପେଣ୍ଠେଇ, ରଜନୀ ପେଣ୍ଠେଇ, ଦୁଃଖୁନୁ ପେଣ୍ଠେଇ, ଦଣ୍ଡ ପେଣ୍ଠେଇ, ଭାଗ୍ୟ ପେଣ୍ଠେଇ ଓ ହେମନ୍ତ ପେଣ୍ଠେଇ ମାଛ ଧରିବା ପାଇଁ ରେଙ୍ଗାଳୀ ଜଳଭଣ୍ଡାରକୁ ଯାଇଥିଲୋ ତେବେ ଗୁରୁବାର ସଂଧ୍ୟା ସମୟରେ କାଳବୈଶାଖୀ ଯୋଗୁ ବର୍ଷା ଓ ପବନ ହେବା ଯୋଗୁ ଜଳଭଣ୍ଡାର ମଧ୍ୟରେ ଡଙ୍ଗା ବୁଡ଼ିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ବାରକୋଟ ଅଗ୍ନିଶମ ବିଭାଗ ଓ ଗ୍ରାମବାସୀମାନେ ପହଞ୍ଚି ଜଳଭଣ୍ଡାର ମଧ୍ୟରୁ ମଙ୍ଗଲୁ ପେଣ୍ଠେଇ, ଦଣ୍ଡ ପେଣ୍ଠେଇ, ରଜନୀ ପେଣ୍ଠେଇ, ଦୁଃଖୁନୁ ପେଣ୍ଠେଇ, ଭାଗ୍ୟ ପେଣ୍ଠେଇଙ୍କୁ ଉଦ୍ଧାର କରିଥିଲେ । ତେବେ ହେମନ୍ତ ପେଣ୍ଠେଇ ନିଖୋଜ ହୋଇଯାଇଥଲେ।

ରାତି ହୋଇଥିବା ଯୋଗୁଁ ଜଳଭଣ୍ଡାର ଭିତରେ ସର୍ଚ୍ଚ ଅପରେସନରେ ବାଧାପ୍ରାପ୍ତ ହୋଇଥିଲା । ଆଜି ସକାଳେ ଅଗ୍ନିଶମ ବିଭାଗ ପକ୍ଷରୁ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଜଳଭଣ୍ଡାରରୁ ନିଖୋଜ ଥିବା ହେମନ୍ତର ମୃତ ଦେହ ଉଦ୍ଧାର କରାଯାଇଥିଲା।ଘଟଣାସ୍ଥଳରେ ବାରକୋଟ ଥାନା ପୁଲିସ୍ ପହଞ୍ଚି ମୃତ ହେମନ୍ତ ପେଣ୍ଠେଇଙ୍କ ଶବ ଜବତ କରିଥିଲା। ଏହାପରେ ପୁଲିସ୍ ହେମନ୍ତ ପେଣ୍ଠେଇଙ୍କ ଶବର ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe