new indian express
ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଜୀରା ବ୍ରିଜ୍ ତଳ ନଦୀ ପଠାରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଛି | ତେବେ ଜୀରା ବ୍ରିଜ ଉପରେ ରକ୍ତ ଏବଂ ଏକ ଧାରୁଆ ଅସ୍ତ୍ର ପଡ଼ିଥିବାରୁ ତାଙ୍କୁ ହତ୍ୟା କରି ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଯୁବତୀଙ୍କ ପରିଚୟ ମିଳିନାହିଁ।
ଘଟଣାସ୍ଥଳରୁ ମିଳିଥିବା ଏଟିଏମ୍ କାର୍ଡରେ ନାମ ଶୀଲା ବେହେରା ବୋଲି ଉଲ୍ଲେଖ ରହିଛି। ବରଗଡ଼ ସଦର ଥାନା ଓ ଭଟଲି ପୁଲିସ୍ ଘଟଣାସ୍ଥଳରେ ପହଂଚି ମାମଲାର ଛାନ୍ଭିନ୍ ଜାରି ରଖିଛନ୍ତି। ମିଳିଥିବା ସୂଚନା ମୁତାବକ ଆଜି ସକାଳେ କିଛି ସ୍ଥାନୀୟ ଲୋକ ସେହିବାଟ ଦେଇ ଯାଉଥିବାବେଳେ ବ୍ରିଜ ଉପରେ ରକ୍ତ ସହ ଏକ ଛୁରୀ ପଡିଥିବାର ଦେଖିଥିଲେ | ସେହିପରି ନଦୀ ପଠାରେ ଯୁବତୀଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ |
Follow Us