ବେକରେ ଗାମୁଛା ବାନ୍ଧି ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା, ମୃତଦେହ ଉଦ୍ଧାର

Advertisment
ବେକରେ ଗାମୁଛା ବାନ୍ଧି ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା, ମୃତଦେହ ଉଦ୍ଧାର

New York Post

ଘୁ.ଉଦୟଗିରି: ସ୍ଥାନୀୟ ସହରଠାରୁ ତିନି କିମି ଦୂର ନନ୍ଦଗିରି ନିକଟ ଏକ ଜଙ୍ଗଲ ଭିତରୁ ଜଣେ ଵ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ଗଛରେ ମୃତଦେହ ଝୁଲୁଥିବା ନେଇ ଖବର ମିଳିବା ପରେ ସ୍ଥାନୀୟ ଥାନା ଆଇଆଇସି ନରେଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।

Noida police recovers decomposed dead body from Supreme Tower CitySpidey

ପ୍ରାପ୍ତ ସୂଚନାନୁସାରେ ମୃତ ବ୍ୟକ୍ତିର କୌଣସି ପରିଚୟ ମିଳିନାହିଁ। ମୃତକର ବୟସ ୪୦ରୁ ୪୫ବର୍ଷ ମଧ୍ୟରେ ହେବା ନେଇ ଅନୁମାନ କରାଯାଉଥିବା ବେଳେ ରଙ୍ଗ କଳା ଓ ଗୋଲେଇ ମୁହଁ । ତିନିରୁ ଚାରିଦିନ ପୂର୍ବରୁ ଯୁବକଜଣଙ୍କ ସେଇ ସ୍ଥାନରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ୮/୨୦ ରୁଜୁ କରାଯାଇ ଏସଆଇ କୌଶଲ୍ୟା ବେହେରାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏହା ହତ୍ୟା ନା ଆତ୍ମହତ୍ୟା ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ  ହେବ। ମୃତ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ମିଳିଲେ ମଧ୍ୟ କିଛିକାଂଶରେ ସନ୍ଦେହ ଦୂରୀଭୂତ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe