ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ: ଗଳିତ ଶବ ଉଦ୍ଧାର କଲା ଟିଟିଲାଗଡ଼ ପୁଲିସ

ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ: ଗଳିତ ଶବ ଉଦ୍ଧାର କଲା ଟିଟିଲାଗଡ଼ ପୁଲିସ

ଟିଟିଲାଗଡ଼: ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ। ଝାରଦେବନ୍ଦରୁ ଏକ ଗଳିତ ଶବ ଟିଟିଲାଗଡ଼ ପୁଲିସ ଉଦ୍ଧାର କରିବା ପରେ ଘଟଣାଟି ସାମ୍ନାକୁ ଆସିଛି। ମୃତକଜଣକ ସଞ୍ଜୟ ବେହେରା ବୋଲି ଜଣାପଡ଼ିଥିବା ବେଳେ ହତ୍ୟାକାରୀ ଭାଇ ପ୍ରମୋଦ ବେହେରା ବୋଲି ଜଣାପଡ଼ିଛି।

publive-image

ସୂଚନା ମୁତାବକ, ଟିଟିଲାଗଡ଼ ହାଟପଡା ଗୋରୁବଜାରରେ ଘଟିଛି ଏହି ଘଟଣା। ପ୍ରଥମେ ସାନ ଭାଇ ପ୍ରମୋଦ ବେହେରା ନିଜ ବଡ଼ ଭାଇ ସଞ୍ଜୟ ବେହେରାକୁ ହତ୍ୟା କରିବା ପରେ ଝାରଦେବନ୍ଦର ଜଙ୍ଗଲରେ ଗାତ ଖୋଳି ପୋତି ଦେଇଥିଲା। ଏବେ ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ମୃତ ବାପାଙ୍କ ସରକାରୀ ଟଙ୍କାକୁ ନେଇ ସେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରୁଛି ପୁଲିସ। ଗତ ୪ତାରିଖରୁ ସଞ୍ଜୟ ବେହେରା ନିଖୋଜ ଥିବା ବେଳେ ଆଜି ପୁଲିସ ଶବକୁ ଉଦ୍ଧାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe