ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ: ୪ ଦିନ ପରେ ଶବ ଉଦ୍ଧାର

Advertisment
ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ: ୪ ଦିନ ପରେ ଶବ ଉଦ୍ଧାର

The Indian Express

ନୟାଗଡ଼/ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ଦର୍ପନାରାୟଣପୁର ନିକଟସ୍ଥ କାଳିଆଷଣ୍ଢ ଜଙ୍ଗଲ ମଧ୍ୟରୁ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ଶବ ନିକଟରୁ ପଡ଼ିଥିବା ଭ‌ୋଟର ପରିଚୟପତ୍ରରୁ ମୃତକଙ୍କ ନାମ ବଳଭଦ୍ର ବଳିୟାରସିଂହ(୨୭) ଓ ତାଙ୍କ ଘର ନୟାଗଡ଼ ଇଟାମାଟି ଥାନା ଅଧୀନ ଲାଠିପଡ଼ାରେ ବୋଲି ଜଣାପଡ଼ିଛି। ବଳଭଦ୍ରଙ୍କୁ କୌଣସି ଜାଗାରେ ପିଟି ପିଟି ହତ୍ୟା କରାଯିବା ପରେ ଏଠାରେ ଆଣି ଫିଙ୍ଗି ଦିଆଯାଇଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ମୃତ୍ୟୁକୁ ପ୍ରାୟ ୪ଦିନ ହୋଇସାରିିଥିବାରୁ ଶବଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଆଜି ସକାଳେ ଏହା ଗ୍ରାମବାସୀଙ୍କ ନଜରକୁ ଆସିବା ପରେ ପୁଲିସକୁ ଖବର ଦିଆଯାଇଥିଲା।  ବାପା ଦୁଇଟି ବିବାହ କରିଥିବାରୁ ସାବତ ମା’ ଓ ବଳଭଦ୍ରଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗୁଥିଲା। ବଳଭଦ୍ରଙ୍କ ମୃତ୍ୟୁ ପଛରେ ଏହ‌ା ମୁଖ୍ୟ କାରଣ ସାଜିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।  ଘଟଣାସ୍ଥଳରେ ଦର୍ପନାରାୟଣପୁର ଫାଣ୍ଡି ଓ ରଣପୁର ଆଇଆଇସି ଜ୍ୟୋତିରଞ୍ଜନ ପଣ୍ଡା ପହଞ୍ଚି ଅଧିକ ଅନୁସନ୍ଧାନ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe