ବରମୁଣ୍ଡା ବ୍ରିଜ ତଳ ନାଳ ଭିତରୁ ପୁଣି ଅଜଣା ମୃତଦେହ ଉଦ୍ଧାର

Advertisment
ବରମୁଣ୍ଡା ବ୍ରିଜ ତଳ ନାଳ ଭିତରୁ ପୁଣି ଅଜଣା ମୃତଦେହ ଉଦ୍ଧାର

The Hans India

ଭୁବନେଶ୍ୱର: ପୁଣି ବରମୁଣ୍ଡା ବ୍ରିଜ ତଳ ନାଳ ଭିତରୁ ଖଣ୍ଡଗିରି ଥାନା ପୁଲିସ ଏକ ଅଜଣା ମୃତଦେହ ଉଦ୍ଧାର କରିଛି। ତା' ସହିତ ଏକ ବାଇକ (ଓଡି୦୨କ୍ୟୁ ୨୯୬୫)ମଧ୍ୟ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଗାଡ଼ିଟିର ଡାହାଣ ପାର୍ଶ୍ଵ ଲେଗ୍ ଗାର୍ଡ ଭାଙ୍ଗି ଯାଇଛି। ଏହା ସହ ପୁଲିସ ଉଦ୍ଧାର କରିଥିବା ମୃତକର ବେକରେ କଟା ଦାଗ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି।

publive-image

ପାରିପାର୍ଶ୍ବିକ ପରିସ୍ଥିତିରୁ ପୁଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହିଛି। ତେବେ ଗାଡ଼ି ନମ୍ବରରୁ ମାଲିକ ସୁବ୍ରତ ଧଳ ବୋଲି ଜଣା ପଡ଼ିଛି। ଏହି ନମ୍ବର ଆଧାରରେ ମାଲିକଙ୍କ ସହ ଯୋଗାଯୋଗ କରାଯାଉଥିବା ପୁଲିସ କହିଛି।

ସୂଚନାଯୋଗ୍ୟ, ନିକଟ ଅତୀତରେ ଏହି ନାଳରୁ ଏକ କଟା ଗୋଡ଼ ମିଳିଥିଲା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ଏବେ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe