ଟ୍ରକ୍ ଭିତରୁ ହେଲପରଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Advertisment
ଟ୍ରକ୍ ଭିତରୁ ହେଲପରଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାରାଦୀପ: ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଟ୍ରକ୍ ଭିତରୁ ଜଣେ ହେଲପରଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ହେଲପରଙ୍କ ବାପା ତାଙ୍କ ପୁଅକୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପାରାଦୀପ ସବଷ୍ଟେସନ ଛକରେ ଟ୍ରକ୍ ଭିତରେ ଏକ ଶବ ଉଦ୍ଧାର କରାଯାଇଛି | ଅସ୍ଥାୟୀ ପାର୍କିଂ ରେ ଛିଡ଼ା ହୋଇଥିବା ଏକ ଟ୍ରକର କେବିନ୍ ଭିତରେ ଏକ ରକ୍ତାକ୍ତ ଯୁବକଙ୍କର ଶବ ଉଦ୍ଧାର କରାଯାଇଛି | ଏହି ମୃତ ଦେହ କେନ୍ଦ୍ରାପଡ଼ା ଜିଲ୍ଲା ବଉଳକଣୀ ଗ୍ରାମର ବାବୁଲି ସିଂହଙ୍କର ଓ ସେ ଟ୍ରକର ହେଲପର ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି |

publive-image

ଟ୍ରକର ଚକାରେ ରକ୍ତ ଲାଗିଥିବା ଓ ମୃତ ବାବୁଲିଙ୍କର ଶବ ଟ୍ରକ୍ ଭିତରେ କିଭଳି ରହିଲା ସେନେଇ ସନ୍ଦେହ ଦେଖା ଦେଇଛି | ବାବୁଲିଙ୍କ ହତ୍ୟା କରାଯାଇଥିବା ଓ ଟ୍ରକର ଡ୍ରାଇଭରଙ୍କ ସହିତ ତାଙ୍କର ଆଗରୁ ବିବାଦ ଥିବା ଆଲୋଚନା ହେଉଛି | ମୃତ ହେଲପର ବାବୁଲିଙ୍କ ବାପା ତାଙ୍କ ପୁଅକୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି। ଖବର ପାଇ ପାରାଦୀପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe