ବଲାଙ୍ଗୀର ଷ୍ଟେସନରେ ପହଞ୍ଚିବା ପରେ ପ୍ରବାସୀ ଶ୍ରମିକ ଟ୍ରେନ୍ ଭିତରୁ ମିଳିଲା ମହିଳାଙ୍କ ମୃତଦେହ

Advertisment
ବଲାଙ୍ଗୀର ଷ୍ଟେସନରେ ପହଞ୍ଚିବା ପରେ ପ୍ରବାସୀ ଶ୍ରମିକ ଟ୍ରେନ୍ ଭିତରୁ ମିଳିଲା ମହିଳାଙ୍କ ମୃତଦେହ

Sabrang India

ଭୁବନେଶ୍ବର: ପ୍ରବାସୀ ଶ୍ରମିକ ଟ୍ରେନ୍ ଭିତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ବଲାଙ୍ଗୀର ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନ୍‌ରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ବଲାଙ୍ଗୀର ରେଳ ଷ୍ଟେସନର ଡାଏରୀରେ ଘଟଣା ଏଣ୍ଟ୍ରି କରାଯାଇଥିବା ଜଣାଯାଇଛି। ଏନେଇ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ଛାତିରେ ଯନ୍ତ୍ରଣା ପରେ ଟ୍ରେନରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସଂପର୍କୀୟଙ୍କ ସୂଚନା ଦେଇଛନ୍ତି। ମୃତ ମହିଳାଙ୍କ ନାମ ରାଧା ଖରା ଓ ତାଙ୍କର ଘର କୋରାପୁଟ ବୈପାରୀଗୁଡ଼ା ଅନ୍ତର୍ଗତ ରୁଂଜି ଗ୍ରାମରେ ବୋଲି କୁହାଯାଇଛି। ତାଙ୍କର ବୟସ ୧୮ ବର୍ଷ ବୋଲି ଜଣାଯାଇଛି। ଆଜି ସକାଳ ୬ଟା ୨୫ ମିନିଟ୍ ସମୟରେ ବଲାଙ୍ଗୀର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ରାଧା ଖରାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ବଲାଙ୍ଗୀର ରେଳ ଷ୍ଟେସନରେ ଓହ୍ଲାଇ ନିଜ ଗାଁକୁ ଯାଇଥାନ୍ତେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe