ରବିଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଞ୍ଜୀକରଣ ସମୟସୀମା ଅପ୍ରେଲ ୧୦କୁ ବୃଦ୍ଧି

Advertisment
ସବୁଆଡ଼ୁ ଭୋଗୁଛନ୍ତି ଚାଷୀ: ଅଖାରେ ବି ଶୋଷଣ; କିଣା ୩୫ ଟଙ୍କା, ମିଳୁଛି ୧୦ ଟଙ୍କା

Representative image: Quora

ଭୁବନେଶ୍ବର : ୨୦୨୦-୨୧ ବର୍ଷରେ ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଅପ୍ରେଲ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଜି ଏହି ମର୍ମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ ହେଉଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି। ପୂର୍ବରୁ ଏହି ସମୟସୀମା ଅପ୍ରେଲ ୭ ତାରିଖ ଯାଏ ଥିଲା। ସେହିପରି ସୋସାଇଟିଗୁଡ଼ିକରେ ଫର୍ମ ଡିଜିଟାଇଜେସନ୍‌ର ସମୟସୀମା ଅପ୍ରେଲ ୧୦ ତାରିଖରୁ ଅପ୍ରେଲ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସଂପୃକ୍ତ ପ୍ୟାକ୍ସ,ଲ୍ୟାମ୍ପସ୍‌, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ପାଣି ପଞ୍ଚାୟତର କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି ସଂପର୍କିତ ସୂଚନା ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ସୋସାଇଟିକୁ ନାମ ପଞ୍ଜୀକରଣ ପାଇଁ ଆସୁଥିବା ଚାଷୀମାନଙ୍କୁ କୋଭିଡ୍‌-୧୯ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ୨୦୨୦-୨୧ ଖରିଫ ବିପଣନ ବର୍ଷରେ ବାଲେଶ୍ୱର, କଟକ, ଖୋର୍ଦ୍ଧା, ନୂଆପଡ଼ା, ବରଗଡ଼, ଯାଜପୁର, କୋରାପୁଟ, ପୁରୀ, ବଲାଙ୍ଗୀର, ଝାରସୁଗୁଡ଼ା, ମୟୂରଭଞ୍ଜ, ରାୟଗଡ଼ା, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe