ସରକାରୀ ଅଧିକାରୀଙ୍କ ପ୍ରଦର୍ଶନ ରିପୋର୍ଟ ଦାଖଲ ସମୟସୀମା ବଢ଼ିଲା

Advertisment

ସମ୍ପତ୍ତି ତାଲିକା ଦାଖଲ ସମୟସୀମା ବି ଘୁଞ୍ଚିଲା

ସମ୍ପତ୍ତି ତାଲିକା ଦାଖଲ ସମୟସୀମା ବି ଘୁଞ୍ଚିଲା

କିଏ ହେବେ ମୁଖ୍ୟ ସଚିବ: ଦୌଡ଼ରେ ସବୁଠୁ ଆଗରେ ଅନୁ ଗର୍ଗ

Odisha Bytes

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗ୍ରୁପ୍‌-ଏ ଓ ଗ୍ରୁପ୍‌-ବି ଅଧିକାରୀମାନଙ୍କ ୨୦୨୦-୨୧ ଆର୍ଥିକ ବର୍ଷର ବାର୍ଷିକ ପ୍ରଦର୍ଶନ ରିପୋର୍ଟ(ପିଏଆର୍‌) ଦାଖଲ ସମୟସୀମାକୁ ବୃଦ୍ଧି କରାଯାଇଛି। କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏହି ନିଷ୍ପତ୍ତି ନେଇଛି। ଏଚ୍‌ଏଆର୍‌ଏମ୍‌ଏସ୍‌ ମାଧ୍ୟମରେ ପିଏଆର୍‌ ଦାଖଲ ସମୟସୀମା ଥିଲା ଏପ୍ରିଲ୍‌ ୩୦ ତାରିଖ। କିନ୍ତୁ ଅଧିକାରୀମାନେ କୋଭିଡ୍‌ ପରିଚାଳନା ଦାୟିତ୍ବରେ ଥିବାରୁ ଏହି ସମୟସୀମା ମାଧ୍ୟମରେ ରିପୋର୍ଟ ଦାଖଲ କରିପାରି ନାହାନ୍ତି। ବିଭିନ୍ନ କର୍ମଚାରୀ ସଂଗଠନର ଅନୁରୋଧ ଓ କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସମୟସୀମାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅଧିକାରୀମାନେ ନିଜର ପ୍ରଦର୍ଶନ ରିପୋର୍ଟ ଜୁନ୍ ୩୦ ତାରିଖ ସୁଦ୍ଧା ଦାଖଲ କରିବେ। ରିପୋର୍ଟିଂ ଅଥରିଟି ଅଗଷ୍ଟ ୩୧ ତାରିଖ ସୁଦ୍ଧା ଅଧିକାରୀଙ୍କ ପ୍ରଦର୍ଶନ ସଂକ୍ରାନ୍ତରେ ରିପୋର୍ଟ ଦେବେ। ରିଭ୍ୟୁ ଅଥରିଟି ତାଙ୍କ ରିପୋର୍ଟ ଅକ୍ଟୋବର ୧୫ ତାରିଖ ସୁଦ୍ଧା ‌ଦେବେ। ଶୀର୍ଷ କର୍ତ୍ତୃପକ୍ଷ ତାଙ୍କ ରିପୋର୍ଟ ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ପ୍ରଦାନ କରିବେ। ଏହା ପରେ କୌଣସି ସୁଯୋଗ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ପ୍ରଶାସନିକ ବିଭାଗକୁ ଅବଗତ କରାଯାଇଛି।

ସେହିପରି ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ଦାଖଲ ସମୟସୀମାକୁ ଜୁନ୍ ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ୨୦୨୦ ଏପ୍ରିଲ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ସମ୍ପତ୍ତି ତାଲିକା ଏଚ୍‌ଆର୍‌ଏମ୍‌ଏସ୍‌ରେ ଦାଖଲ କରିବାକୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ଯାଏ ସମୟ ଦିଆଯାଇଥିଲା। ପରେ ଏହି ସମୟସୀମାକୁ ଏପ୍ରିଲ୍‌ ୩୦ ଯାଏ ବୃଦ୍ଧି କରାଯାଇଥିଲା। ତେବେ କର୍ମଚାରୀମାନେ କୋଭିଡ୍‌ ପରିଚାଳନା ଦାୟିତ୍ବରେ ନିୟୋଜିତ ଥିବାରୁ ସମସ୍ତେ ତାଲିକା ଦାଖଲ କରିପାରି ନ ଥିଲେ। ସେଥି ପାଇଁ ପୁନର୍ବାର ସମୟସୀମା ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe