Tlc Blog
ଭୁବନେଶ୍ବର : ୨୦୨୧ ମସିହା ପାଇଁ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ସମ୍ପତ୍ତି ତାଲିକା ଦାଖଲର ସମୟସୀମା ବୃଦ୍ଧି କରାଯାଇଛି।
ଏଚ୍ଆର୍ଏମ୍ଏସ୍ ପୋର୍ଟାଲ୍ରେ ଏହି ତାଲିକା ଦାଖଲର ସମୟସୀମା ପୂର୍ବରୁ ଜାନୁଆରି ୩୧ ତାରିଖ ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ସମୟ ମଧ୍ୟରେ ବହୁ କର୍ମଚାରୀ ତାଲିକା ଦେଇପାରି ନ ଥିଲେ। କୋଭିଡ୍ ସ୍ଥିତି ଓ ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟସ୍ତତା ଯୋଗୁ ତାଲିକା ଦାଖଲରେ ବିଳମ୍ବ ହେଉଥିବାରୁ ସମୟସୀମା ବୃଦ୍ଧି ପାଇଁ ବିଭିନ୍ନ କର୍ମଚାରୀ ସଂଗଠନ ସରକାରଙ୍କୁ ନିବେଦନ କରିଥିଲେ। ତାହାକୁ ବିଚାରକୁ ନେଇ ଏହି ସମୟସୀମାକୁ ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ ଏଚ୍ଆର୍ଏମ୍ଏସ୍ ପୋର୍ଟାଲ୍ରେ ସମ୍ପତ୍ତି ତାଲିକା ଦାଖଲ କରିବାକୁ କର୍ମଚାରୀମାନଙ୍କୁ କୁହାଯାଇଥିଲା। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ସବୁ ବିଭାଗକୁ ଜଣାଇ ଦିଆଯାଇଛି।
Follow Us