ପୁରୁଣାକଟକ ଥାନା ପରିସରରୁ କୁଟୁରା ଉଦ୍ଧାର

Advertisment
ପୁରୁଣାକଟକ ଥାନା ପରିସରରୁ କୁଟୁରା ଉଦ୍ଧାର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ପୁରୁଣାକଟକ ଥାନା ପରିସରରୁ ଶୁକ୍ରବାର ରାତିରେ ପୁରୁଣାକଟକ ବନାଞ୍ଚଳ କର୍ମଚାରୀ ଏକ କୁଟୁରାକୁ ଉଦ୍ଧାର କରିଛନ୍ତି। ରାତି ପ୍ରାୟ ସାଢ଼େ ୮ଟା ସମୟରେ ନିକଟସ୍ଥ ପାରାପିଟ ଜଙ୍ଗଲରୁ କୁଟୁରାଟି ପୁରୁଣାକଟକ ଥାନା ପରିସରକୁ ଆସି ଏକ ଘର ଭିତରେ ପଶିଯାଇଥିଲା।

ଏ ନେଇ ଥାନା ଆଇଆଇସି ପୁରୁଣାକଟକ ରେଞ୍ଜ୍‌ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ପୁରୁଣାକଟକ ବନପାଳ ଗୋବର୍ଦ୍ଧନ ମେହେର, ଚାରିଛକ ବନପାଳ ବିଜୟାନନ୍ଦ ସାହୁ, ବନପାଳ ସତୀଶ ରଞ୍ଜନ କମ୍ପ ସ୍କ୍ୱାଡ୍‌ ସହ ପହଞ୍ଚି କୁଟୁରାଟିକୁ ଜୀବନ୍ତ ଉଦ୍ଧାର କରିଥିଲେ। ପରେ ପୁରୁଣାକଟକ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ କୁଟୁରାକୁ ନେଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ଶନିବାର ଆଉଥରେ କୁଟୁରାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଉଦ୍ଧାର କୁଟୁରାଟି ପୁରୁଷ ବର୍ଗର ହୋଇଥିବା ବେଳେ ବୟସ ୨ ବର୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe