ଖୋର୍ଦ୍ଧା: ଆଜି ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ପୂର୍ବାହ୍ଣରେ ଦଳର ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ସ୍ଥାନୀୟ ବିଧାୟକ ଜ୍ୟେତିରୀନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ପୌର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ବିଜୁ ଜନତା ଦଳ ରାଜ୍ୟ ମହିଳା ମୋର୍ଚ୍ଚାର ବରିଷ୍ଠ ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ ପ୍ରମୁଖଙ୍କ ସହ ଅନ୍ୟ ଦଳୀୟ କର୍ମକର୍ତା ପ୍ରମୁଖ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟ ବିଜୁ ପଟ୍ଟନାୟକ ପାର୍କରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ଆଦି ବଂଟନ କରିଥିଲେ ।
ଅପରାହ୍ଣରେ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଠାରେ ଅନୁଷ୍ଠିତ ସଭା ଓ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ପୌର ଉପାଧ୍ୟକ୍ଷ ଶୌର୍ଯ୍ୟରଂଜନ ମହାନ୍ତି, ନିର୍ବାଚନମଣ୍ଡଳୀ ସାଂଗଠନିକ ସଂଯୋଜକ ଦିଲିପ କୁମାର ହୋତା, ବିଜୁ ଜନତା ଦଳ ଜିଲ୍ଲା ସଭାନେତ୍ରୀ ଗୀତାଂଜଳି ପାଟ୍ଟଷାଣୀ, ଜିଲ୍ଲା ଛାତ୍ର ବିଜେଡି ସଭାପତି ବିଶ୍ୱଦୀପ ପ୍ରଧାନ, ଯୁବ ଜନତା ସଭାପତି ରାଜେଶ ପରିଡ଼ା ଓ ଅନ୍ୟ କାଉନ୍ସିଲମାନେ ଯୋଗ ଦେଇଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ପ୍ରଗତି ଓ ବିକାଶ ପାଇଁ ପ୍ରତିବଦ୍ଧ ହେବାକୁ ଶପଥ ନେଇଥିଲେ ।
Follow Us