ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ

Advertisment

ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ୍ ମୁର୍ମୁ ଯୋଗଦେଇ ପୂଜାର୍ଚ୍ଚନା କଲେ

ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ୍ ମୁର୍ମୁ ଯୋଗଦେଇ ପୂଜାର୍ଚ୍ଚନା କଲେ

ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ

ରାଇରଙ୍ଗପୁର: ପଣ୍ଡିତ ରଘୁନାଥ ମୁର୍ମୁ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷଠାରେ ୧୯୦୫ ମସିହା ବୈଶାଖ ପୂର୍ଣ୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ। ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ଅଲ୍ ଇତୁନ୍ ଆଶ୍ଳା, ଚାପଲ୍ ଅଲ୍ ଇତୁନ୍ ଆଶ୍ଳା, ତୋଟାନେତ୍ରା ଅଲ୍ ଇତୁନ୍ ଆଶ୍ଳା ପକ୍ଷରୁ ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୧୯ତମ ଜୟନ୍ତୀ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କାହ୍ନୁଚରଣ ମୁର୍ମୁ, ମୁଖ୍ୟବକ୍ତା ଭାବେ ଶିଶୁପଦ ହାଁସଦାଃ, ସମ୍ମାନିତ ଅତିଥି ଭାବେ ପୂର୍ବତନ ପୁଲିସ୍ ଅଧିକାରୀ ତଥା ରାଇରଙ୍ଗପୁର ନିର୍ବଚାନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ରାଇସନ୍ ମୁର୍ମୁ, ମାଝୀବାବା ମହନ ହେମ୍ବ୍ରମ୍, ରାମଚନ୍ଦ୍ର ହେମ୍ବ୍ରମ୍ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ।

ରାଇରଙ୍ଗପୁର ନିର୍ବଚାନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ରାଇସନ୍ ମୁର୍ମୁ ନିର୍ବାଚନରେ ବିଜୟ ହେବା ପାଇଁ ପୂଜାର୍ଚ୍ଚନା କରିଥିଲେ। ଗୋରୁମହିଷାଣୀ ଅଲଇତୁନ୍ ଆଶ୍ଲା ମାଚେତ୍ ଅର୍ଜୁନ ହାଁସଦାଃ, ରାମଚନ୍ଦ୍ର ମାର୍ଣ୍ଡି ଓ ଚାପଲ୍ ଅଲ୍ ।ତୁନ ଆଶ୍ଳାର ସାକ୍ର ମାରାଣ୍ଡି ପ୍ରମୁଖ ପରିଚାଳନା କରିଥିଲେ। ଉକ୍ତ ଜନ୍ମତ୍ସବକୁ ପାଳନ କରିବାରେ ଶ୍ୟାମଚରଣ ମୁର୍ମୁ, ସାଉଁରୁ ମାରାଣ୍ଡି, ବାସୁ ମାଝୀ, ଶିବୁ ହେମ୍ବ୍ରମ୍, କାରିଆ ସୋରେନ୍, ଖେଲାରାମ୍ ସୋରେନ, ଧମେନ୍ଦ୍ର ଟୁଡୁ ପ୍ରମୁଖ ସହଯୋଗ କରିଥିଲେ।

ସେହିପରି ରାଇରଙ୍ଗପୁର ନିକଟସ୍ଥ ରଘୁନାଥ ମୁର୍ମୁଙ୍କ ପୈତୃକ ଗାଁ ଦାଣ୍ଡବୋଷରେ ଜୟନ୍ତୀ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି। ‘ପାର୍ସି ସିଂଚାନ୍ଦ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ୍ ମାଣ୍ଡୱା’ର ସଭାପତି ତଥା ସ୍ୱର୍ଗତଃ ରଘୁନାଥ ମୁର୍ମୁଙ୍କ ନାତି ତଥା ଭୀମୱାର ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦାଣ୍ଡବୋଷର କାପିବୁରୁରେ ରହିଥିବା ସମାଧି ସ୍ଥଳୀରେ ପାରମ୍ପରିକ ରୀତିନୀତି ଅନୁସାରେ ମାଲ୍ୟାର୍ପଣ କରାଯାଇଥଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe