ଅଂଶୁଘାତରେ ମୃତ୍ୟୁ

Advertisment
ଅଂଶୁଘାତରେ ମୃତ୍ୟୁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ୭ ନମ୍ବର ୱାର୍ଡ ଗୌଡ଼ସାହିର ନବକିଶୋର ନାଏକ (୫୦)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନବକିଶୋରଙ୍କ ଘରକାମ ଚାଲିଥିବା ବେଳେ ସେ ସହଯୋଗ କରୁଥିଲେ। ଅପରାହ୍‌ଣ ସାଢ଼େ ୨ଟାବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ।

ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖରାରେ କାମ କରିବା ସମୟରେ ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତଦେହ ଆସନ୍ତକାଲି ବ୍ୟବଚ୍ଛେଦ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe